ଲକ୍ଷ୍ନୌ, ଜୁଲାଇ ୧୦ (ହି.ସ.)- ଉତ୍ତର ପ୍ରଦେଶରେ ଗୁରୁବାର ସକାଳ ୭ଟା ପର୍ଯ୍ୟନ୍ତ ଗଙ୍ଗା
ନଦୀର ଜଳସ୍ତର ବୃଦ୍ଧି ପାଇଥିବା ଜଣାପଡିଛି। କାନପୁର, ପ୍ରୟାଗରାଜ, ବାରାଣସୀ, ମିର୍ଜାପୁର, ଗାଜିପୁର, ବାଲିଆରେ ଗଙ୍ଗାର ଜଳସ୍ତର ଦ୍ରୁତ ଗତିରେ ବୃଦ୍ଧି ପାଇଛି। ସେହି
ସମୟରେବଦାୟୁଁରେ ଗଙ୍ଗା
ନଦୀର ଜଳସ୍ତର ବିପଦ ସଙ୍କେତ ନିକଟରେ ପହଞ୍ଚିଛି।ଲକ୍ଷ୍ନୌର ତେଲିବାଗ ସ୍ଥିତ ଉତ୍ତର ପ୍ରଦେଶ
ଜଳସେଚନ ଏବଂ ଜଳ ସମ୍ପଦ ବିଭାଗର ବନ୍ୟା ନିୟନ୍ତ୍ରଣ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ବଦାୟୁଁର କଚଲା
ସେତୁରେ ଗଙ୍ଗାର ଜଳସ୍ତର ୧୬୨.୧୧୦ ଏବଂ ଏହା ବିପଦ ସଙ୍କେତଠାରୁ ମାତ୍ର .୨୯୦ ମିଟର ତଳେ ରହିଛି।
ବର୍ଷା ଯୋଗୁଁ ନଦୀର ଜଳସ୍ତର ନିରନ୍ତର ବୃଦ୍ଧି ଜାରି
ରହିଛି।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା