ନୂଆ ଯୁଗରେ ପ୍ରବେଶ କରିସାରିଲାଣି ଭାରତର ବିଦେଶ ନୀତି- ବିଜେପି
ନୂଆଦିଲ୍ଲୀ, 10 ଜୁଲାଇ (ହି.ସ.)-ବିଜେପି ମୁଖପାତ୍ର ଏବଂ ରାଜ୍ୟସଭା ସାଂସଦ ଡ଼ା. ସୁଧାଂଶୁ ତ୍ରିବେଦୀ କହିଛନ୍ତି ଯେ, ବ୍ରିକ୍ସ ଶିଖର ସମ୍ମିଳନୀରେ ଆତଙ୍କବାଦ ବିଷୟରେ ନା କେବଳ ସର୍ବସମ୍ମତି ସହିତ ଭାରତର ପକ୍ଷରେ ଅନୁମୋଦନ ମିଳିଛି, ବରଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ପଷ
ନୂଆ ଯୁଗରେ ପ୍ରବେଶ     କରିସାରିଲାଣି ଭାରତର ବିଦେଶ ନୀତି- ବିଜେପି


ନୂଆଦିଲ୍ଲୀ, 10 ଜୁଲାଇ (ହି.ସ.)-ବିଜେପି ମୁଖପାତ୍ର

ଏବଂ ରାଜ୍ୟସଭା ସାଂସଦ ଡ଼ା. ସୁଧାଂଶୁ ତ୍ରିବେଦୀ କହିଛନ୍ତି ଯେ,

ବ୍ରିକ୍ସ ଶିଖର ସମ୍ମିଳନୀରେ ଆତଙ୍କବାଦ ବିଷୟରେ ନା

କେବଳ ସର୍ବସମ୍ମତି ସହିତ ଭାରତର ପକ୍ଷରେ ଅନୁମୋଦନ ମିଳିଛି, ବରଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ପଷ୍ଟ କହିଛନ୍ତି ଯେ,

ଆତଙ୍କବାଦର ପୀଡିତ ଏବଂ ଆତଙ୍କବାଦର ପ୍ରାୟୋଜକଙ୍କୁ ଗୋଟିଏ

ତରାଜୁରେ ରଖାଯାଇପାରିବନି । ଆତଙ୍କବାଦ ପ୍ରସଙ୍ଗରେ ବିଶ୍ୱ ସ୍ୱୀକାର୍ଯ୍ୟତା ପ୍ରଧାନମନ୍ତ୍ରୀ

ମୋଦିଙ୍କ ଦ୍ୱାରା ଅନ୍ତର୍ଜାତୀୟ ମଞ୍ଚରେ ସ୍ଥାପିତ ହୋଇଛି।

ବିଜେପି ମୁଖ୍ୟାଳୟରେ ଗୁରୁବାର

ଆୟୋଜିତ ପ୍ରେସମିଟରେ ଡ଼ା. ସୁଧାଂଶୁ ତ୍ରିବେଦୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ବିଦେଶ ଯାତ୍ରା ସମୟରେ 4ଟି ଦେଶ ତାଙ୍କୁ ତାଙ୍କର

ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରଦାନ କରିଛନ୍ତି ଏବଂ ଏହା ସହିତ ପ୍ରଧାନମନ୍ତ୍ରୀଙ୍କୁ

ଏପର୍ଯ୍ୟନ୍ତ 27ଟି ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ମିଳିଛି। ସେ 17ଟି ଦେଶର ସଂସଦକୁ ସମ୍ବୋଧନ କରିଛନ୍ତି।

ସେ କହିଛନ୍ତି ଯେ, ଭାରତ ବିଶ୍ୱର ଚତୁର୍ଥ ବଡ଼ ଅର୍ଥନୀତି ହୋଇଛି ଏବଂ ଏବେ ତୃତୀୟ ବଡ଼ ଅର୍ଥନୀତି ହେବାକୁ

ଯାଉଛି। ଆମର ଆର୍ଥିକ ଏବଂ ସାମରିକ ହିତ ଅନେକ ଗୁରୁତ୍ୱପୂର୍ଣ୍ଣ ମାଟେରିଆଲ ଉପରେ ନିର୍ଭର କରେ, ଯେଇଁଥିରେ ଡାଇମଣ୍ଡ, ୟୁରେନିୟମ୍, ଲିଥିୟମ୍, ସୁନା ପରି ମହତ୍ତ୍ୱପୂର୍ଣ୍ଣ ଉପାଦାନ ଶାମିଲ।

ଘାନା ଏବଂ ନାମିବିଆ ପରି ଦେଶ, ଯେଉଁମାନେ ଏହି ପ୍ରକାରର ପଦାର୍ଥର ପ୍ରାକୃତିକ ଭାବେବଡ ସଂଗ୍ରହ ରଖୁଥିବା ଦେଶ ସେମାନଙ୍କ ସହିତ ଭାରତର ଏଗ୍ରିମେଣ୍ଟ ଭାରତକୁ କେବଳ ଆତ୍ମନିର୍ଭର

ହେବାରେ ସାହାଯ୍ୟ କରୁନାହିଁ, ବରଂ ଏହି ଗୁରୁତ୍ୱପୂର୍ଣ୍ଣ

ରିଅର ଆର୍ଥ ମେଟେରିଆଲ୍ ପାଇଁ ଗୋଟିଏ ଦେଶ ଉପରେ ନିର୍ଭର ହେବାରୁ ମୁକ୍ତି ମଧ୍ୟ ଦିଏ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande