ନୂଆଦିଲ୍ଲୀ, 10 ଜୁଲାଇ (ହି.ସ.)- ପ୍ରତିରକ୍ଷା
ମନ୍ତ୍ରୀ ରାଜନାଥ ସିଂଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର
ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଦେଶର ଯଶସ୍ୱୀ
ପ୍ରତିରକ୍ଷା ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ରାଜନାଥ ସିଂଙ୍କୁ ଜନ୍ମଦିନର ହାର୍ଦ୍ଦିକ
ଶୁଭକାମନା । ପ୍ରଧାନମନ୍ତ୍ରୀ ମୋଦିଙ୍କ ମାର୍ଗଦର୍ଶନ ଓ ଆପଣଙ୍କ ନେତୃତ୍ୱରେ ଭାରତୀୟ ସେନାକୁ
ସଶକ୍ତ, ଆତ୍ମନିର୍ଭର ଓ ଆଧୁନିକ କରିବାର ଉଦ୍ୟମ ଦ୍ରୁତ ଭାବେ ହେଉଛି । ଏହାସହିତ ଆପଣଙ୍କ ନୀତି
ଭାରତୀୟ ସେନାର ଯବାନଙ୍କ କଲ୍ୟାଣକୁ ବି ସୁନିଶ୍ଚିତ କରିଛି ।
ମହାପ୍ରଭୁ ଜଗନ୍ନାଥଙ୍କ
ନିକଟରେ ଆପଣଙ୍କ ଉତମ ସ୍ୱାସ୍ଥ୍ୟ ଓ ଦୀର୍ଘାୟୁ କାମନା କରୁଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା