ଭୁବନେଶ୍ୱର, 10 ଜୁଲାଇ (ହି.ସ.)
- ତେଲର କୃତ୍ରିମ
ଅଭାବ ସୃଷ୍ଟି ନକରିବାକୁ ଅନୁରୋଧ କରିଛନ୍ତି ଉତ୍କଳ ପେଟ୍ରୋଲିୟମ ସଂଘ ସମ୍ପାଦକ । ସେ
କହିଛନ୍ତି ଯେ, ପ୍ରଥମ ଓ ଦ୍ଵିତୀୟ ଦିନ ପଡିଥିଲା
ପ୍ରଭାବ, ଦୁଇଦିନ ପାଇଁ ତେଲ ଗଚ୍ଛିତ ରହିଥିଲା । ଗତକାଲି ୪ଟି ଡିପୋରୁ ୧୦୦ ଏବଂ ଆଜି ପ୍ରାୟ ୧୫୦
ତୈଳ ବୋଝେଇ ଟ୍ରକ ବାହାରି ସାରିଛନ୍ତି । ଡ୍ରାଇଭର ଷ୍ଟିଅରିଂ ଛାଡ଼ ଡାକରା ଦେଇଥିଲେ ଓ କହିଥିଲେ
ଜରୁରୀକାଳୀନ ସେବାକୁ ଏହି ଷ୍ଟ୍ରାଇକରୁ ବାଦ୍ ଦିଆଯିବ ତେଣୁ ଡ୍ରାଇଭରଙ୍କୁ ଅନୁରୋଧ କରିଛନ୍ତି
ଉତ୍କଳ ପେଟ୍ରୋଲିୟମ ସଂଘ ସମ୍ପାଦକ ସଞ୍ଜୟ ଲାଠ । ନିଜ ତରଫରୁ ଡ୍ରାଇଭର ମହାସଂଘ ପକ୍ଷରୁ ତୈଳ
ବୋଝେଇ ଗାଡିର ଡ୍ରାଇଭର ମାନଙ୍କୁ କାମକୁ ଫେରିବାକୁ ବୁଝାନ୍ତୁ ବୋଲି ଅନୁରୋଧ ମଧ୍ୟ କରିଛନ୍ତି ।
ସେ କହିଛନ୍ତି କିଛି ପେଟ୍ରୋଲ ଟାଙ୍କିରୁ ଆଜି ତେଲ ସରିଯାଇପାରେ କିନ୍ତୁ ପରିବହନ ଆରମ୍ଭ ହୋଇ
ସାରିଛି । ସବୁ ଟାଙ୍କିରେ ପ୍ରାୟ ଚାରିଦିନର ତେଲ ଗଚ୍ଛିତ ରୁହେ । ପ୍ରତିଦିନର ବିକ୍ରି ଅନୁସାରେ ଆଜି ସନ୍ଧ୍ୟା ସୁଦ୍ଧା
ତେଲ ପହଞ୍ଚିଯିବ । ଭୁବନେଶ୍ୱରରେ 42 ଟି ତେଲ ଟାଙ୍କିରୁ ମାତ୍ର 2-3 ଟି ଟାଙ୍କିରୁ ତେଲ ସରିଛି। ଗ୍ରାହକ ସାଧାରଣ ଭାବେ ଟିକେ ହଇରାଣ
ହୋଇପାରନ୍ତି । କିନ୍ତୁ ପାଖ ଟାଙ୍କିରେ ନପାଇ ଦୁର ଜାଗାକୁ ଯାଇ ତେଲ ନେବାକୁ ପଡିପାରେ । ତେଲର
ଅଭାବ ନାହିଁ ତେଣୁ କୃତ୍ରିମ ଅଭାବ ସୃଷ୍ଟି ନକରନ୍ତୁ ଗ୍ରାହକ । ସାରା ଓଡ଼ିଶାରେ 3100 ପାଖାପାଖି
ପେଟ୍ରୋଲ ଟ୍ୟାଙ୍କରହିଛି । ପ୍ରତିଦିନ ଭୁବନେଶ୍ୱରରେ କେବଳ 3 ଲକ୍ଷ 12000 ଲିଟର ପେଟ୍ରୋଲ
ଏବଂ 2 ଲକ୍ଷ 15 ହଜାର ଲିଟର ଡିଜେଲ
ବିକ୍ରି ପାଇଁ ଆବଶ୍ୟକ ହୁଏ । ସମ୍ପୂର୍ଣ୍ଣ ଓଡ଼ିଶାରେ 36 ଲକ୍ଷ ଲିଟର ପେଟ୍ରୋଲ ଏବଂ 85 ଲକ୍ଷ ଲିଟର ଡିଜେଲ ଆବଶ୍ୟକ ହୁଏ । ଦୂର ଦୁରାନ୍ତର ଯାଗାକୁ ପେଟ୍ରୋଲ
ଡିଜେଲ ପହଞ୍ଚିବା ପାଇଁ ସମୟ ଲାଗିବ ତେଣୁ ଆବଶ୍ୟକତା ଅନୁସାରେ ତେଲ ନେବାକୁ ଗ୍ରାହକଙ୍କୁ ମଧ୍ୟ
ଅନୁରୋଧ କରିଛନ୍ତି ସଞ୍ଜୟ ଲାଠ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା