ଗୁରୁ ପୂର୍ଣ୍ଣିମା ଅବସରରେ ମହାଯୋଗୀ ଗୋରଖନାଥଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା କଲେ ଯୋଗୀ ଆଦିତ୍ୟନାଥ
ଗୋରଖପୁର, 10 ଜୁଲାଇ (ହି.ସ.)- ଗୁରୁ ପୂର୍ଣ୍ଣିମା ପବିତ୍ର ଅବସରରେ ଗୁରୁବାର ସକାଳେ ଗୋରଖପୀଠାଧୀଶ୍ୱର ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନାଥପଂଥର ପରମ୍ପରା ଅନୁଯାୟୀ ଶିବାବତାର ମହାଯୋଗୀ ଗୁରୁ ଗୋରଖନାଥଙ୍କର ବିଶିଷ୍ଟ ପୂଜା କରିଛନ୍ତି। ଏହି ଅବସରରେ ସେ ତାଙ୍କର
ଗୁରୁ ପୂର୍ଣ୍ଣିମା ଅବସରରେ     ମହାଯୋଗୀ ଗୋରଖନାଥଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା କଲେ ଯୋଗୀ ଆଦିତ୍ୟନାଥ


ଗୋରଖପୁର, 10 ଜୁଲାଇ (ହି.ସ.)- ଗୁରୁ ପୂର୍ଣ୍ଣିମା

ପବିତ୍ର ଅବସରରେ ଗୁରୁବାର ସକାଳେ ଗୋରଖପୀଠାଧୀଶ୍ୱର ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

ନାଥପଂଥର ପରମ୍ପରା ଅନୁଯାୟୀ ଶିବାବତାର ମହାଯୋଗୀ ଗୁରୁ ଗୋରଖନାଥଙ୍କର ବିଶିଷ୍ଟ ପୂଜା

କରିଛନ୍ତି।

ଏହି ଅବସରରେ ସେ ତାଙ୍କର

ଗୁରୁଦେବ ବ୍ରହ୍ମଲୀନ ମହାନ୍ତ ଅବେଦ୍ୟନାଥ, ଦାଦାଗୁରୁ ବ୍ରହ୍ମଲୀନ

ମହାନ୍ତ ଦିଗ୍ବିଜୟନାଥ, ଯୋଗୀରାଜ ବାବା ଗମ୍ଭୀରନାଥ ସହିତ ନାଥପଂଥର ସମସ୍ତ

ଗୁରୁଜନଙ୍କୁ ବିଧିବଦ୍ଧ ପୂଜା ଓ ଅର୍ଚ୍ଚନା କରି ଶ୍ରଦ୍ଧା ସମର୍ପିତ କରିଛନ୍ତି ଓ ଲୋକମଙ୍ଗଳର

ପଥରେ ମାର୍ଗଦର୍ଶନ ପାଇଁ ତାଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି।

ଗୋରଖନାଥ ମନ୍ଦିରରେ ଗୁରୁ

ପୂର୍ଣିମା ଉପଲକ୍ଷେ ବିଶେଷ ଅନୁଷ୍ଠାନ ସକାଳ ୫ଟାରୁ ଆରମ୍ଭ ହୋଇଥିଲା ଓ ସାମୂହିକ ଆରତି ସହିତ

ଅନୁଷ୍ଠାନର ସମାପନ ହୋଇଛି। ଗୋରଖପୀଠାଧୀଶ୍ୱର ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମସ୍ତ

ଦେଶବାସୀଙ୍କୁ ଗୁରୁ ପୂର୍ଣିମାର ହାର୍ଦ୍ଧିକ ଶୁଭେଚ୍ଛା ଜଣାଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande