ବଳରାମପୁର, ୧୧ ଜୁଲାଇ(ହି.ସ.) – ଅବୈଧ ରୂପେ ଧର୍ମାନ୍ତରଣ କରାଇବା ମାମଲାରେ ଗିରଫ ଅଭିଯୁକ୍ତ ଜଲାଲୁଦ୍ଦିନ ଓରଫ ଛାଂଗୁର ବାବାକୁ ନେଇ ୟୁପି ଏଟିଏସ୍ ଶୁକ୍ରବାର ତା’ର ଗାଆଁ ମଧୁପୁର ସ୍ଥିତ କୋଠିରେ ପହଂଚିଛି। ଏଠାରେ ୪୦ ମିନିଟ୍ ରହିବା ପରେ ବାବା ଛାଂଗୁରକୁ ନେଇ ଟିମ୍ ଫେରି ଲକ୍ଷେ୍ଣøକୁ ଫେରିଆସିଛି। ଏହି ଅବସରରେ ବାବାର କୋଠି ଆଖପାଖରେ ଏଟିଏସ୍ର କମାଣ୍ଡୋ ଛାଉଣି ରହିଛନ୍ତି।
ତେବେ ଅବୈଧ ରୂପେ ଧର୍ମାନ୍ତରଣ କରାଇବା ମାମଲାରେ ଗିରଫ ଜଲ୍ଲାଲୁଦ୍ଦିନ ଓରଫ ଛାଂଗୁର ବାବା ଏବଂ ତା’ର ସହଯୋଗୀ ନସରିନ ଓରଫ ନିତୁ ଏହି ସମୟରେ ପୋଲିସ୍ ରିମାଣ୍ଡରେ ଅଛି। ଦୁହିଁଙ୍କୁ ଧର୍ମାନ୍ତରଣ ଏବଂ ବିଦେଶୀ ଫଣ୍ଡିଂକୁ ନେଇ ପଚରାଉଚୁରା ଚାଲୁରହିଛି। ସାକ୍ଷୀକୁ ଏକାଠି କରିବା ଉଦ୍ଦେଶ୍ୟରେ ଏଟିଏସ୍ର ଟିମ୍ ଛାଂଗୁର ବାବାକୁ ନେଇ ଏହଠାରେ ମଧୁପୁରରେ ଥିବା ତା’ର କୋଠୀରେ ପହଂଚିଛି। ଏହି ଅବସରରେ ମିଡିୟାକୁ ଦୂରେଇ ରଖାଯାଇଛି ଏବଂ ଯାଂଚ ସମୟରେ ପୁରା କୋଠିକୁ ଏଟିଏସ୍ କମାଣ୍ଡୋ ଘେରା ବନାଇ ରହିଛି। କୌଣସି ଅଜଣା ବ୍ୟକ୍ତିଙ୍କୁ ସେଠାକୁ ଯିବାର ଅନୁମତି ନଥିଲା। ପ୍ରାୟ ୪୦ ମିନିଟ୍ ପର୍ଯ୍ୟନ୍ତ ଏଠାରେ ରହିବା ଏବଂ ଅଭିଯୁକ୍ତଙ୍କୁ ପଚରାଉଚୁରା ପରେ ଏଟିଏସ୍ ଛାଂଗୁରକୁ ପୁଣିଥରେ ନିଜ ସହିତ ଫେରାଇ ନିଆଯାଇଛି। ଛାଂଗୁର ବାବା ଯେତେବେଳେ ଗାଡ଼ିରୁ ଓହ୍ଲାଇବା ତେବେ ଧ୍ୱସ୍ତ କୋଠୀକୁ ଦେଖି ଭାବୁକ ହୋଇଯାଇଥିଲା। ସୂଚନା ଅନୁଯାୟୀ ଏଟିଏସ୍ କୋଠୀର ନିରୀକ୍ଷଣ କରି କେତେକ ବିଶେଷ ସୂଚନା ଜୁଟାଇଛି ଏବଂ ଛାଂଗୁରରୁ କୋଠି ସହିତ ଯୋଡ଼ିଥିବା କେତେକ ପ୍ରଶ୍ନ ପଚରାଯାଇଛି। ତେବେ ଏବେ ପର୍ଯ୍ୟନ୍ତ ଏହି ମାମଲାରେ କୌଣସି ଆଧିକାରିକ ବୟାନ ଆଗକୁ ଆସିନାହିଁ।
ଉଲ୍ଲେଖଯୋଗ୍ୟ ଯେ ଏଟିଏସ୍ ଗୁରୁବାର ଦିନ ଧର୍ମାନ୍ତରଣର ମାଷ୍ଟରମାଇଣ୍ଡ ଜଲାଲୁଦ୍ଦିନ ଓରଫ ଛାଂଗୁର ବାବା ଏବଂ ନିତୁ ଓରଫ ନସରିନକୁ ସାତ ଦିନର ରିମାଣ୍ଡରେ ନେଇଥିଲା। ଏହି ମଧ୍ୟରେ ପ୍ରଶାସନ ବାବାଙ୍କ କୋଠିର ଅବୈଧ ଅଂଶକୁ ଭାଙ୍ଗିଦେଇଛି।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି