ତିବ୍ଦତ ସ୍କୁଲ ପିଲାମାନଙ୍କ ଉପରେ ଚୀନର ଶୋଷଣର ପର୍ଦ୍ଦାଫାସ କରୁଥିବା ରିପୋର୍ଟ ପ୍ରକାଶ
ନୂଆଦିଲ୍ଲୀ, ୧୧ ଜୁଲାଇ (ହି.ସ.) - ତିବ୍ଦତ ଆକ୍ସନ ଇନିଷ୍ଟିଚ୍ୟୁଟ୍ ଶୁକ୍ରବାର ଦିନ ସେମାନେ ଆମ ପିଲାମାନଙ୍କୁ ନେଇଯିବା ପାଇଁ ଆସିଥିଲେ- ଶୀର୍ଷକ ଚୀନର ଔପନିବେଶକ ଆବାସିକ ବିଦ୍ୟାଳୟ ଏବଂ ତିବ୍ଦତ ର ଭବିଷ୍ୟ ହିନ୍ଦି ସଂସ୍କରଣ କନଷ୍ଟିଚ୍ୟୁଟ ରିପୋଟର ହିନ୍ଦି ସଂସ୍କରଣ ପ୍ରକାଶ କରିଛି । ଏହି ରିପୋର୍ଟଟି ମ
ତିବ୍ଦତ ସ୍କୁଲ ପିଲାମାନଙ୍କ ଉପରେ ଚୀନର ଶୋଷଣର ପର୍ଦ୍ଦାଫାସ କରୁଥିବା ରିପୋର୍ଟ ପ୍ରକାଶ


ନୂଆଦିଲ୍ଲୀ, ୧୧ ଜୁଲାଇ (ହି.ସ.) - ତିବ୍ଦତ ଆକ୍ସନ ଇନିଷ୍ଟିଚ୍ୟୁଟ୍ ଶୁକ୍ରବାର ଦିନ ସେମାନେ ଆମ ପିଲାମାନଙ୍କୁ ନେଇଯିବା ପାଇଁ ଆସିଥିଲେ- ଶୀର୍ଷକ ଚୀନର ଔପନିବେଶକ ଆବାସିକ ବିଦ୍ୟାଳୟ ଏବଂ ତିବ୍ଦତ ର ଭବିଷ୍ୟ ହିନ୍ଦି ସଂସ୍କରଣ କନଷ୍ଟିଚ୍ୟୁଟ ରିପୋଟର ହିନ୍ଦି ସଂସ୍କରଣ ପ୍ରକାଶ କରିଛି । ଏହି ରିପୋର୍ଟଟି ମୂଳତଃ ୨୮ ମଇ, ୨୦୨୫ରେ ଇଂରାଜୀରେ ଅନଲାଇନରେ ପ୍ରକାଶିତ ହୋଇଥିଲା । ଏହି ରିପୋର୍ଟ ତିବ୍ଦତର ଆବାସିକ ବିଦ୍ୟାଳୟରେ ଚୀନ୍ ସରକାରଙ୍କ ଦ୍ୱାରା ତିବ୍ଦତୀୟ ପିଲାମାନଙ୍କ ପ୍ରତି ହେଉଥିବା ନିର୍ଯ୍ୟାତନାର ପର୍ଦ୍ଦାଫାସ କରିଛି । ଏହି ଲୋକାର୍ପଣ ସମାବେଶରେ ପ୍ରମୁଖ ଭାରତୀୟ ଏବଂ ତିବ୍ଦତୀୟ ନେତାମାନ ଯୋଗ ଦେଇଥିଲେ । ଏଥିରେ ରଜ୍ୟସଭା ସଦସ୍ୟ ସୁଜିତ କୁମାର, ଗୃହ ମନ୍ତ୍ରଣାଳୟର ପୂର୍ବତନ ସ୍ୱତନ୍ତ୍ର ପରାମର୍ଶଦାତା ଅମିତାଭ ମାଥୁର, ଉପସ୍ଥିତ ଥିବା ବ୍ୟକ୍ତିଙ୍କ ମଧ୍ୟରେ ତିବ୍ଦତୀୟ କଜ୍ ଇଣ୍ଡିଆର କୋର ଗ୍ରୁପ୍ ର ଜାତୀୟ ସଂଯୋଜକ ଆରକେ ଖିରମେ, ତୀବ୍ଦତରେ ଚୀନର ଆଦାନ ପ୍ରଦାନ ଏବଂ ଶିକ୍ଷା ନୀତିର ଜଣେ ପ୍ରମୁଖ ବିଶେଷଜ୍ଞ ଡକ୍ଟର ଗୟାଲ ଲୋ ଏବଂ ତିବ୍ଦତୀୟ ସାଂସଦ ଏବଂ ତିବ୍ଦତୀୟ ଆକସନ୍ ଇନିଷ୍ଟିଚ୍ୟୁଟ୍‌ର ଏସିଆ ପ୍ରୋଗ୍ରାମ ମ୍ୟାଜେନର ଦୋରଜି ସେତେନ ସାମିଲ ଥିଲେ । ତିବ୍ଦତ ଆକ୍ସନ ଇନିଷ୍ଟିଚ୍ୟୁଟର ତିବ୍ଦତ ବ୍ୟାପାର ଏବଂ ଶିକ୍ଷା ବିଶେଷଜ୍ଞ ଡକ୍ଟର ଗୟାଲ ଲୋ ଚୀନ୍ ଉପନିବେଶବାଦୀ ଆବାସିକ ବିଦ୍ୟାଳୟ ବ୍ୟବସ୍ଥାକୁ ତିବ୍ଦତୀୟ ପରିଚୟ, ସଂସ୍କୃତି ଏବଂ ଆଧ୍ୟାତ୍ମିକ ପରମ୍ପରାକୁ ଲୋପ କରିବା ପାଇଁ ଏକ ବ୍ୟବସ୍ଥିତ ରଣନୀତିର ଅଂଶ ଭାବରେ ବର୍ଣ୍ଣନା କରିଛନ୍ତି । ସେ କହିଥିଲେ ଯେ, ଚୀନର ଔପନିବଶେିକ ଆବାସିକ ବିଦ୍ୟାଳୟଗୁଡ଼ିକ ତିବ୍ଦତୀୟ ପିଲାମାନଙ୍କୁ ଶିକ୍ଷା ଦେବା ପାଇଁ ନୁହେଁ ବରଂ ସେମାନଙ୍କ ମଧ୍ୟରେ ଧର୍ମ ପ୍ରଚାର କରିବା ପାଇଁ କରାଯାଇଥିଲା । ଏହି ରିପୋର୍ଟରେ ଥିବା ପ୍ରମାଣ ତାଙ୍କ ଗବେଷଣା ଏବଂ ତାଙ୍କ ନିଜ ପରିବାରର ଅଭିଜ୍ଞତାକୁ ନିଶ୍ଚିତ କରେ । ଚୀନ୍ କର୍ତୃପକ୍ଷ ଜାଣି ଶୁଣି ଆମ ପିଲାମାନଙ୍କୁ ଆମଠାରୁ ଦୂରେଇ ନେଉଛନ୍ତି ଏବଂ ସେମାନଙ୍କ ପରମ୍ପରାରୁ ସେମାନଙ୍କୁ ପୃଥକ କରୁଛନ୍ତି । ରିପୋର୍ଟ ଅନୁଯାୟୀ ସାମ୍ପ୍ରତିକ ବର୍ଷ ଗୁଡ଼ିକରେ ଚୀନ୍ ସରକାର ତିବ୍ଦତୀୟ ପରିଚାଳିତ ସ୍କୁଲ ଏବଂ ସ୍ଥାନୀୟ ଗ୍ରାମାଂଚଳ ସ୍କୁଲ ଗୁଡ଼ିକୁ ବନ୍ଦ କରିଦେଇଛି, ଯାହା ଫଳରେ ତିବ୍ଦତୀୟ ଅଭିଭାବକ ମାନଙ୍କ ପାଖରେ ସେମାନଙ୍କ ପିଲାମାନଙ୍କୁ ସରକାରୀ ଆବାସିକ ସ୍କୁଲକୁ ପଠାଇବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ ।

ପୂର୍ବତନ ସ୍ୱତନ୍ତ୍ର ପରାମର୍ଶଦାତା ଅମିତାଭ ମାଥୁର କହିଛନ୍ତି ଯେ, ତିବ୍ଦତ ଭଳି ଏକ ଅନନ୍ୟ ସଂସ୍କୃତିକୁ ଲୋପ କରିବାର ପ୍ରୟାସ ପ୍ରତି ଭାରତ ଚୁପ୍ ରହିବା ଉଚିତ ନୁହେଁ । ତିବ୍ଦତର ଆଧ୍ୟାତ୍ମିକ ଉତ୍ପତି ଆମର ନାଳନ୍ଦା ପରମ୍ପରା ସହିତ ଜଡ଼ିତ ଏବଂ ଲିପି ଦେବନାଗରୀରୁ ଉତ୍ପନ୍ନ ହୋଇଛି ।

ହିନ୍ଦୁସ୍ଥାନ ସମାଚାର/ଭାନୁ

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande