ତୁରୁମୁଙ୍ଗାରେ ବିଜେପି ପକ୍ଷରୁ ମା ପାଇଁ ଗଛ ଟିଏ କାର୍ଯ୍ୟକ୍ରମ
କେନ୍ଦୁଝର, 12 ଜୁଲାଇ (ହି.ସ.) - ସାରା ବିଶ୍ୱରେ ଜଙ୍ଗଲ ଦ୍ରୁତ ଅବକ୍ଷୟ ସହିତ କଳ କାରଖାନା, ଗାଡ଼ି, ମୋଟର ର ଧୂଳି ଓ ଧୂଆଁ ଯୋଗୁ ପରିବେଶ ପ୍ରଦୂଷିତ ପ୍ରକୃତି ଶନ୍ତୁଳ ହରାଉଛି। ଯଦ୍ଵାରାକି ପ୍ରାକୃତିକ ବିପର୍ଯ୍ୟୟ ଘଟି ବହୁ ଧନଜୀବନ ହାନି ହେଉଛି। ଭାରତ ବର୍ଷର ପ୍ରଧାନମନ୍ତ୍ରୀ ଶ୍ରୀମାନ ନରେନ୍ଦ୍ର ମୋଦ
MA pain gachatie pogm patana


କେନ୍ଦୁଝର, 12 ଜୁଲାଇ (ହି.ସ.) - ସାରା ବିଶ୍ୱରେ ଜଙ୍ଗଲ ଦ୍ରୁତ ଅବକ୍ଷୟ ସହିତ କଳ କାରଖାନା, ଗାଡ଼ି, ମୋଟର ର ଧୂଳି ଓ ଧୂଆଁ ଯୋଗୁ ପରିବେଶ ପ୍ରଦୂଷିତ ପ୍ରକୃତି ଶନ୍ତୁଳ ହରାଉଛି। ଯଦ୍ଵାରାକି ପ୍ରାକୃତିକ ବିପର୍ଯ୍ୟୟ ଘଟି ବହୁ ଧନଜୀବନ ହାନି ହେଉଛି। ଭାରତ ବର୍ଷର ପ୍ରଧାନମନ୍ତ୍ରୀ ଶ୍ରୀମାନ ନରେନ୍ଦ୍ର ମୋଦୀ ପରିବେଶ ର ସୁରକ୍ଷା ପାଇଁ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ମାଧ୍ୟମରେ ସମସ୍ତେ ବୃକ୍ଷ ରୋପଣ କରିବା ପାଇଁ ଆହ୍ବାନ ଦେଇଛନ୍ତି। ଏହି ଅବସରରେ ଶନିବାର ଦିନ ବିଜେପି କୃଷକ ମୋର୍ଚ୍ଚା ଆନୁକୂଲ୍ୟରେ କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନ ମଣ୍ଡଳୀ ଅନ୍ତ୍ରର୍ଗତ ତୁରୁମୁଙ୍ଗା ସ୍ଥିତ ତ୍ରିବିନ୍ଦା ଶ୍ରୀ ଶ୍ରୀ ଚନ୍ଦ୍ର ଶେଖର ଶିବମନ୍ଦିର ପ୍ରାଙ୍ଗଣରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପୂଜକ ବନମାଳୀ ପାଣିଗ୍ରାହୀ ପୂଜାର୍ଚ୍ଚନା କରିଥିଲେ। ଏହି କାର୍ଯ୍ୟକ୍ରମକୁ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ଵର ସାହୁ ଓ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାୟକ ଙ୍କ ନେତୃତ୍ବରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲା ବିଜେପି ସଭାପତି ରାଧାକାନ୍ତ ମହାନ୍ତ, ବିଜେପି ନେତା ଗୌତମ ନାୟକ, ରାଜେଶ କୁମାର ମହାନ୍ତ,ମଣ୍ଡଳ ସଭାପତି ଜୁଲିୟସ୍ ସିଂହ,ଦୀପକ କୁମାର ସାହୁ,ଲିଙ୍ଗରାଜ ସିଂହ,ବଳଭଦ୍ର ନାଏକ, ନାଗେଶ୍ୱର ମହାରଣା, ବାସନ୍ତୀ ମହାରଣା, ଇନ୍ଦ୍ରଜିତ ସାହୁ, ମିତ୍ରଭାନୁ ମହାନ୍ତ, ନରେନ୍ଦ୍ର ମହାନ୍ତ, ଟୁଟୁ ମିଶ୍ର, ଚପଳ ଚାନ୍ଦ ସିଂହ, ହରିହର ନାୟକ, ଧୃବ ନାୟକ, ନେତ୍ରାନନ୍ଦ ମହାନ୍ତ, ତରଣୀ ସେନ୍ ମହାନ୍ତ, ବ୍ରଜ ମୋହନ ସାହୁ, ଦୁର୍ଯ୍ୟୋଧନ ମହାନ୍ତ, ହୃଷୀକେଶ ସାହୁ, ଅରୁଣ କୁମାର ସାହୁ, ସରପଞ୍ଚ ସୁଲେଖା ନାଏକ, ସ୍ଵାଗତିକା ସାହୁ, ବାସନ୍ତୀ ମହାରଣା, ସୁବାସିନୀ ପୃଷ୍ଠି, ପ୍ରମୁଖଙ୍କ ସମେତ ବହୁ ବରିଷ୍ଠ ନେତୃବୃନ୍ଦ ଙ୍କ ସମେତ ଶତାଧିକ ବିଜେପି କାର୍ଯ୍ୟକତା ଏହି ଉତ୍ସବରେ ସାମିଲ ହୋଇଥିଲେ। ଖିରେଇଟାଙ୍ଗିରି ଫରେଷ୍ଟର ପୂର୍ଣ୍ଣଚନ୍ଦ୍ର ମହାନ୍ତ ବିଭିନ୍ନ ପ୍ରକାର ର ଚାରା ଯୋଗାଇ ଦେଇଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA


 rajesh pande