ଭୁବନେଶ୍ୱର,୧୨ ଜୁଲାଇ (ହି.ସ.) - ଅଗଷ୍ଟ ୮ ତାରିଖରୁ ଆରମ୍ଭ କରାଯାଇଥିବା ଡ୍ରାଇଭର ମହାସଂଘର ଦାବି ଗୁଡିକ ସଂପୂର୍ଣ୍ଣ ଯୁକ୍ତିଯୁକ୍ତ ଓ ନ୍ୟାୟ ସଂଗତ। ବିଜେଡ଼ି ଏବଂ ବିଜେପି ଉଭୟ ଦଳ ଡ୍ରାଇଭରମାନଙ୍କର ଦାବିଗୁଡ଼ିକ ପୂରଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିବା ବେଳେ ବର୍ତମାନ ବିଜେପି ସରକାର ଦାବିଗୁଡ଼ିକ ଗ୍ରହଣ କରିବା ପାଇଁ ପଛଘୁଂଚା ଦେବା ଆଦୌ ଠିକ୍ ନୁହେଁ। ମଟର ଚାଳକମାନଙ୍କର ଜୀବନ ସବୁ ସମୟରେ ବିପଦପୂର୍ଣ୍ଣ। ଡ୍ରାଇଭରମାନେ ସାଧାରଣତଃ ୮ ଘଂଟା ଠାରୁ ଅଧିକ କାମ କରିଥାଆନ୍ତି। ଏଣୁ ଓଡ଼ିଶା ରାଜ୍ୟ ସରକାର ତୁରନ୍ତ ଡ୍ରାଇଭର ସଂଘର କାର୍ଯ୍ୟକର୍ତାମାନଙ୍କୁ ଡାକି ଆଲୋଚନା ମାଧ୍ୟମରେ ସମାଧାନ କରି ଆନ୍ଦୋଳନ ପ୍ରତ୍ୟାହାର କରି ଉଦ୍ୟମ କଲେ। ସାଧାରଣ ଲୋକମାନେ ମଧ୍ୟ ଉପକୃତ ହେବେ। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଡ୍ରାଇଭର ମାନଙ୍କ ଦାବିକୁ ସମର୍ଥନ କରିଛନ୍ତି। ରାଷ୍ଟ୍ରୀୟ ମଜଦୁର କଂଗ୍ରେସ, ଓଡ଼ିଶା ଶାଖା ଓ ଏହାର ସମ୍ବର୍ନ୍ଧିତ ୟୁନିଅନ ଅଲ ଓଡ଼ିଶା ମଟର ଟ୍ରାନ୍ସପୋର୍ଟ ଆସୋସିଏସନଙ୍କ ସଭାପତି ଡ. ରାମଚନ୍ଦ୍ର ଖୁଂଟିଆ ଡ୍ରାଇଭର ମାନଙ୍କୁ ସମର୍ଥନ କରି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା