ଓଡିଶା ମାଟିକୁ ଆସି ରାହୁଲ ଗାନ୍ଧୀ ଓଡିଶା ଝିଅ ଦ୍ରୌପଦୀ ମୁର୍ମୁଙ୍କୁ କ୍ଷମା ପ୍ରାର୍ଥନା କରିବା ଆବଶ୍ୟକ- ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, 12 ଜୁଲାଇ (ହି.ସ.) - ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଅପଶବ୍ଦ କହିବା ସହ କଂଗ୍ରେସ ନେତା ରାହୁଲ ଗାନ୍ଧୀ ରଥଯାତ୍ରା ସମ୍ପର୍କରେ ଭୁଲ ଟିପ୍ପଣୀ ଦେବା ପ୍ରସଙ୍ଗରେ କାଉଣ୍ଟର ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନାଚ ନା ଜାନେ ଅଙ୍ଗନ
ଓଡିଶା ମାଟିକୁ ଆସି ରାହୁଲ ଗାନ୍ଧୀ ଓଡିଶା ଝିଅ ଦ୍ରୌପଦୀ ମୁର୍ମୁଙ୍କୁ କ୍ଷମା ପ୍ରାର୍ଥନା     କରିବା ଆବଶ୍ୟକ- ଧର୍ମେନ୍ଦ୍ର ପ୍ରଧାନ


ଭୁବନେଶ୍ୱର, 12 ଜୁଲାଇ (ହି.ସ.)

- ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଅପଶବ୍ଦ କହିବା ସହ କଂଗ୍ରେସ ନେତା ରାହୁଲ ଗାନ୍ଧୀ ରଥଯାତ୍ରା ସମ୍ପର୍କରେ

ଭୁଲ ଟିପ୍ପଣୀ ଦେବା ପ୍ରସଙ୍ଗରେ କାଉଣ୍ଟର ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ମନ୍ତ୍ରୀ

ଧର୍ମେନ୍ଦ୍ର ପ୍ରଧାନ । ନାଚ ନା ଜାନେ ଅଙ୍ଗନ ଟେଡା ଉପାଖ୍ୟାନ ଦେଇ କଟାକ୍ଷ କଲେ

ଧର୍ମେନ୍ଦ୍ର। ଓଡିଶା ମାଟିକୁ ଆସି ରାହୁଲ

ଗାନ୍ଧୀ ଓଡିଶା ଝିଅ ଦ୍ରୌପଦୀ ମୁର୍ମୁଙ୍କୁ କ୍ଷମା ପ୍ରାର୍ଥନା କରିବା ଆବଶ୍ୟକ ଥିଲା। ଏବେ ବି

୨୪ ଘଂଟା ପୁରି ନାହିଁ। ଆଶା କରିବି ତାଙ୍କ ଦଳର

ନେତୃତ୍ୱ ରାହୁଲ ଗାନ୍ଧୀଙ୍କୁ ପରାମର୍ଶ ଦେବେ ସେ ଭୁଲ ମାଗିବା ପାଇଁ। ଯେଉଁ ଦଳ ଭାରତର

ରାଷ୍ଟ୍ରପତିଙ୍କୁ ଅପମାନ କରେ। ମୋ ଦଳ ତରଫରୁ ବିଗତ ଦିନରେ ଓଡିଶା ମାଟିର ଝିଅଙ୍କୁ ରାହୁଲ

ଗାନ୍ଧୀ ଅପମାନ କରିବା ଘଟଣାରେ ମୁଁ କ୍ଷମା ମାଗୁଛି। ଆଜି କଂଗ୍ରେସ ଦଳର ଜନ ଆଧାର ଭାରତ ବର୍ଷରେ

ନାହିଁ। ସାମନ୍ତବାଦୀ ମନୋଭାବ ବିଶେଷ କରି ସମାଜର ଗରିବ, ଦରିଦ୍ର

ଓ ଦଳିତ ଲୋକଙ୍କ ଜନାଦେଶ କଂଗ୍ରେସ ପାଇଁ ନାହିଁ। ସେହି ଆଧାରରେ ହତାଶ ହୋଇ ରାହୁଲ ଗାନ୍ଧୀ

ପ୍ରଲପ କରୁଛନ୍ତି ବୋଲି ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ମନ୍ତ୍ରୀ। ରାହୁଲ ଗାନ୍ଧୀ

ବିଷୟ ନ ଜାଣି ଭାଷଣ ଦେବା ମୂର୍ଖାମୀ। ଯିଏ

କୁହନ୍ତୁ ଆଳୁ ଲଗାଇ ସୁନା ବାହାର କରିବା, ଯିଏ ଖଂଣ୍ଡୁଆ ପାଟ ଜାଣି

ନାହିଁ, ଯିଏ ଦ୍ରୌପଦୀ ମୁର୍ମୁଙ୍କ ଜନ୍ମ ମାଟି

ଆସି ତାଙ୍କୁ କହିଥିବା ଅପଶବ୍ଦର କ୍ଷମା ନ ମାଗିବା ଏହା ବାଚାଲାମୀର ପରିଚୟ। ଏ କାମ ବଡ଼ ଲୋକଙ୍କ ଛୁଆ ମାନେ କରନ୍ତି। ଯେଉଁମାନେ

ଭାବନ୍ତି ଆମେ, ମୋ ପରିବାର , ମୋ ମା, ବାପା, ଅଜା, ମୋ ଜେଜେ ଏଇ ମାନେ ହି

ଦେଶର ମାଲିକ। ଏଭଳି ଭ୍ରମରେ ଥିବା ରାହୁଲ ଗାନ୍ଧୀଙ୍କଠାରୁ କଣ ବା ଅପେକ୍ଷା କରାଯାଇପାରେ ବୋଲି

ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande