ବଲାଙ୍ଗିର, 12 ଜୁଲାଇ (ହି.ସ.)ସଇଁତଲା ବ୍ଲକ ସ୍ତରୀୟ ବାର୍ଷିକ କ୍ରୀଡା ର କ୍ୟାଲେଣ୍ଡେର ନିର୍ଦ୍ଧାରରିତ କରିବା ପାଇଁ ବ୍ଲକ ର ପ୍ରଧାନ ଶିକ୍ଷକ /ଶିକ୍ଷୟତ୍ରୀ ଓ ଶାରୀରିକ ଶିକ୍ଷା ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କୁ ନେଇ ଏକ ସମ୍ବିଳନୀ ବାଳିକା ବିଦ୍ୟାଳୟ ସଇଁତଲା ରେ ଅନୁଷ୍ଠିତ ହୋଇଛି ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଦିଲୀପ କୁମାର ଯୋଶୀ ଙ୍କ ନିର୍ଦ୍ଧେଶ କ୍ରମେ ଓ ତାଙ୍କ ସଭାପତିତ୍ୱ ଅନୁଷ୍ଠିତ ଏହି ସମ୍ବିଳନୀ ରେ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପ୍ରବୀଣ କୁମାର ପଣ୍ଡା ମୁଖ୍ୟ ଅତିଥି, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପ୍ରଦୀପ ପାତ୍ର, ପ୍ରଧାନ ଶିକ୍ଷକ ନୀଳମଣି ପଟେଲ, ବାଳିକା ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ବିନାୟକ କୁମ୍ଭାର, ସଇଁତଲା ଅତି ରିକ୍ତ ଶିକ୍ଷା ଅଧିକାରୀ ଶ୍ରୀ ନାରାୟଣ ଭୋଇ ପ୍ରମୁଖ ସାନମାନୀୟ ଅତିଥି ଭାବରେ ମଂଚାସୀନ ହୋଇ ଥିଲେ ବ୍ଲକ ର ଖେଳ କୁଦ ରେଜଲ୍ଟ ପାଇଁ ପ୍ରଶଂସା କରିବା ସହିତ କଣ କଲେ ଆହୁରି ଏହାର ଉର୍ନତି ହେବ ତାର ଉପରେ ମନ୍ତବ୍ୟ ରଖି ଥିଲେ, ଏହି ସମ୍ବିଳନୀ ରେ ବାର୍ଷିକ କ୍ରୀଡା ର ସ୍ଥାନ ଚୟନ କରାଯାଇଥିଲା ଖେଳକୁଦ ଘୁନସର ବିଦ୍ୟାଳୟ, କ୍ରିକେଟ ଟିକ୍ରାପଡ଼ା ହାଇସ୍କୁଲ, ଫୂଟବଲ ଧରାବଗଡ଼ ହାଇସ୍କୁଲ, କବାଡି ପଂଚାୟତ ହାଇସ୍କୁଲ ସଇଁତଲା, ଥାଙ୍ଗତା ଓ ହାଣ୍ଡ ବଲ୍ଲ ବାଳିକା ବିଦ୍ୟାଳୟ ସଇଁତଲା ଯୋଗାସନ, ଅଲମ୍ପିକ ଯୋଗାସନ ସରସ୍ବତୀ ଶିଶୁ ମନ୍ଦିର ସଇଁତଲା ରେ ଅନୁଷ୍ଠିତ ହେବା ପାଇଁ ଚୟନ କରା ଯାଇଛି, କ୍ରୀଡା କାର୍ଯ୍ୟକାରୀ କମିଟି ର ସଭ୍ୟ ତଥା ୟୁ ଜି ଏଚ ସ ଡେଙ୍ଗ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଚଣ୍ଡାଳ ମିଶ୍ର କୁ ଖେଳ ଶିକ୍ଷକ ମାନଙ୍କ ତରଫରୁ ସାନମାନିତା କରିବା ସହ ବ୍ଲକ ର ଧରାବଗଡ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ନୀଳମଣି ମେହେର,ଥାଙ୍ଗ ଟା ରେ ଆଠ ଜଣ ଜାତୀୟ ସ୍ତରୀୟ ଖେଳାଳି ଓ ଏସ ଏସ ଡି ପ୍ରଧାନ ଶିକ୍ଷୟତ୍ରୀ ନିବେଦିତା ହୋତା ବିଦ୍ୟାଳୟ ରୁ କବାଡି ରେ ଦୁଇ ଜଣ ଜାତୀୟ ସ୍ତରୀୟ ଖେଳାଳି ବାହାରି ଥିବାରୁ ସାନମାନିତା କରାଯାଇଥିଲା,ଏହି କାର୍ଯ୍ୟ କ୍ରମ ଟି ବ୍ଲକ ସମ୍ପାଦିକା ଶ୍ରୀମତୀ ରଂଜିତା ମିଶ୍ର ଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନ ଅନୁଷ୍ଠିତ ହୋଇଥିଲା ସହ ଏଥିରେ ୟୁ ଜି ଏଚ ଏସ କଅସର ର ପ୍ରଧାନ ଶିକ୍ଷକ ଘନସ୍ୱାମ ଦଣ୍ଡସେନା ସ୍ବାଗତଂ ଅଭିଭାଷଣ ଦେବା ସହ, ବାଳିକା ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ୟତ୍ରୀ ବିନାୟକ କୁମ୍ଭାର ଧନ୍ୟବାଦ ଅର୍ପଣ କରିଥିଲେ ଏହି କାର୍ଯ୍ୟକ୍ରମ ସଫଳ କରିବା ପାଇଁ ବ୍ଲକ ର ସମସ୍ତ ଖେଳ ଶିକ୍ଷକ ଓ ଶିକ୍ଷୟତ୍ରୀ, ବିଦ୍ୟାଳୟ ର ସମସ୍ତ ସହକର୍ମୀ ସହଯୋଗ କରିଥିଲେ
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ