ଅସୀମ ଘୋଷ ହରିୟାଣା, ପି ଗଜପତି ରାଜୁ ଗୋଆର ରାଜ୍ୟପାଳ ନିଯୁକ୍ତ
ନୂଆଦିଲ୍ଲୀ, 14 ଜୁଲାଇ (ହି.ସ.) - ପ୍ରଫେସର ଅସୀମ କୁମାର ଘୋଷଙ୍କୁ ହରିୟାଣାର ଓ ପି. ଅଶୋକ ଗଜପତି ରାଜୁଙ୍କୁ ଗୋଆର ରାଜ୍ୟପାଳ ଭାବରେ ନିଯୁକ୍ତ କରାଯାଇଛି। ସେହିପରି, ଜମ୍ମୁ-କଶ୍ମୀରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ କବିନ୍ଦ୍ର ଗୁପ୍ତାଙ୍କୁ କେନ୍ଦ୍ରଶାସିତ ପ୍ରଦେଶ ଲଦାଖର
ଅସୀମ ଘୋଷ ହରିୟାଣା, ପି     ଗଜପତି ରାଜୁ ଗୋଆର ରାଜ୍ୟପାଳ ନିଯୁକ୍ତ


ନୂଆଦିଲ୍ଲୀ, 14 ଜୁଲାଇ (ହି.ସ.)

- ପ୍ରଫେସର

ଅସୀମ କୁମାର ଘୋଷଙ୍କୁ ହରିୟାଣାର ଓ ପି. ଅଶୋକ ଗଜପତି ରାଜୁଙ୍କୁ ଗୋଆର ରାଜ୍ୟପାଳ ଭାବରେ

ନିଯୁକ୍ତ କରାଯାଇଛି। ସେହିପରି, ଜମ୍ମୁ-କଶ୍ମୀରର ପୂର୍ବତନ

ଉପମୁଖ୍ୟମନ୍ତ୍ରୀ କବିନ୍ଦ୍ର ଗୁପ୍ତାଙ୍କୁ କେନ୍ଦ୍ରଶାସିତ ପ୍ରଦେଶ ଲଦାଖର ଉପରାଜ୍ୟପାଳ ଭାବରେ

ନିଯୁକ୍ତ କରାଯାଇଛି। ରାଷ୍ଟ୍ରପତି ସଚିବାଳୟ ସୋମବାର ଜଣାଇଛି ଯେ ରାଷ୍ଟ୍ରପତି ଲଦାଖର

ଉପରାଜ୍ୟପାଳ ପଦରୁ ବ୍ରିଗେଡିୟର (ଅବସରପ୍ରାପ୍ତ) ବି.ଡି. ମିଶ୍ରାଙ୍କ ଇସ୍ତଫା ସ୍ୱୀକାର

କରିଛନ୍ତି। ତାଙ୍କର ସ୍ଥାନରେ କବିନ୍ଦ୍ର ଗୁପ୍ତାଙ୍କୁ ନୂତନ ଉପରାଜ୍ୟପାଳ ଭାବେ ନିଯୁକ୍ତ

କରାଯାଇଛି। ଏହି ନୂତନ ନିଯୁକ୍ତିଗୁଡିକ ପଦଭାର ଗ୍ରହଣ କରିବାର ତାରିଖରୁ ପ୍ରଭାବୀ ହେବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande