ପୂର୍ବତନମନ୍ତ୍ରୀ କଳ୍ପତରୁ ଦାସଙ୍କ ୭୮ତମ ଜୟନ୍ତୀ ପାଳିତ
ଧର୍ମଶାଳା,୨ଜୁଲାଇ(ହି.ସ.) - ଯାଜପୁର ଜିଲା ରସୁଲପୁର ବ୍ଲକ ଭୋଟକା ପଂଚାୟତ ସମ୍ମିଳନୀ କକ୍ଷରେ ଆଜି ପୂର୍ବତନମନ୍ତ୍ରୀ ତଥା ଧର୍ମଶାଳାର ପ୍ରାକ୍ତନ ବିଧାୟକ ସ୍ୱର୍ଗତ କଳ୍ପତରୁ ଦାସଙ୍କ ୭୮ତମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । କଳ୍ପତରୁ ସ୍ମୃତି କମିଟି ସଭାପତି ତଥା ସ୍ଥାନୀୟ ସରପଂଚ ସ୍କୃତିରେଖା ରାଉତଙ୍କ
ପୂର୍ବତନମନ୍ତ୍ରୀ କଳ୍ପତରୁ ଦାସଙ୍କ ୭୮ତମ ଜୟନ୍ତୀ ପାଳିତ


ଧର୍ମଶାଳା,୨ଜୁଲାଇ(ହି.ସ.) - ଯାଜପୁର ଜିଲା ରସୁଲପୁର ବ୍ଲକ ଭୋଟକା ପଂଚାୟତ ସମ୍ମିଳନୀ କକ୍ଷରେ ଆଜି ପୂର୍ବତନମନ୍ତ୍ରୀ ତଥା ଧର୍ମଶାଳାର ପ୍ରାକ୍ତନ ବିଧାୟକ ସ୍ୱର୍ଗତ କଳ୍ପତରୁ ଦାସଙ୍କ ୭୮ତମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । କଳ୍ପତରୁ ସ୍ମୃତି କମିଟି ସଭାପତି ତଥା ସ୍ଥାନୀୟ ସରପଂଚ ସ୍କୃତିରେଖା ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ରସୁଲପୁର ପଂଚାୟତ ସମିତି ଅଧ୍ୟକ୍ଷ ଅରୁଣ କୁମାର ରାଉତ,ସମ୍ମାନୀତ ଅତିଥିଭାବେ ଶିକ୍ଷାବତ୍ ବିନୋଦ ବିହାରୀ ବେହେରା,ପୂର୍ବତନ ସରପଂଚ ଅଶ୍ୱୀନି କୁମାର ଦାସ ଓ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ରବିନ୍ଦ୍ର କୁମାର ଦାସ ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ଦାସଙ୍କ ଗୁଣାବଳୀ ସମ୍ପର୍କରେ ସୂଚନା ଦେଇ ସ୍ୱର୍ଗତ କଳ୍ପତରୁ ଜଣେ ବିଚକ୍ଷଣ ରାଜନୀତି ଓ ବିକାଶର ବିନ୍ଧାଣୀ ଥିଲେ । ତୃଣମୂଳ ସ୍ତରରୁ ରାଜନୀତି ଆରମ୍ଭ କରି କିଭଳି ଶୀର୍ଷ ସ୍ଥାନରେ ପଂହଚି ହୁଏ ସେ ଦିଗରେ ସେ ଅନ୍ୟ ରାଜନେତାମାନଙ୍କ ପାଇଁ ଉଦାହରଣ ସାଜି ଥିଲେ । ଏହାଛଡା ତାଙ୍କ ରାଜନୈତିକ ଜୀବନ କାଳରେ ଭୋଟକା ପଂଚାୟତକୁ ସ୍ୱତନ୍ତ୍ର ପଂଚାୟତର ମାନ୍ୟତା ପ୍ରଦାନ କରାଇବା ସହ ପଂଚାୟତରେ ଶିକ୍ଷା,ଗମନାଗମନ,ଧର୍ମପୀଠର ଉନ୍ନତିକରଣ ଆଦି କ୍ଷେତ୍ରରେ ତାଙ୍କ ବିଶେଷ ଅବଦାନ ରହିଥିଲା ବୋଲି ମତବ୍ୟକ୍ତ କରିଥିଲେ । ଏହାଛଡା କଳ୍ପତରୁ ପ୍ରେମୀ ବରିଷ୍ଠ ନାଗରିକ ବାସୁଦେବ ଦାସ,ସୁରେନ୍ଦ୍ର କୁମାର ରାଉତ,ସମବାୟ ନେତା ବିଶ୍ୱନାଥ ଦାସ,ଯୁବନେତା ଅଭୟ କୁମାରୀ ଶତପଥୀ,ସୁନିଲ କୁମାର ସାମନ୍ତରାୟ, ଓ ଭାଷ୍କର ସାହୁ ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ଦାସଙ୍କ ଗୁଣଗାନ କରିଥିଲେ । ପୂର୍ବତନ ସମିତି ସଭ୍ୟ ରଂଜିତ କୁମାର ରାଉତ ସଭା ପରିଚାଳନା ଓ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ ଅତିଥିମାନେ ସ୍ୱର୍ଗତ ଦାସଙ୍କ ସମାଧିପୀଠକୁ ଯାଇ ଶ୍ରଦ୍ଧା ସୁମନ ଅର୍ପଣ କରିବା ସହ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା । ଏହା ସହିତ ପଂଚାୟତ କାର୍ଯ୍ୟାଳୟ ପରିସରରେ ଥିବା ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ସଭା ପରିଚାଳନାରେ ନାଏବ ସରପଂଚ କେଦାର କୁମାର ଦେଓ,ଗୋପିନାଥ ପଣ୍ଡା,ରଂଜନ ସାହୁ,ସନ୍ତୋଷ ରାଉତ,ୱାର୍ଡ ସଭ୍ୟ ସଦାନନ୍ଦ ପଣ୍ଡା,ନୃସିଂହ ମଲିକ ପ୍ରମୁଖ ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande