ଅମରନାଥ ଯାତ୍ରା: ପ୍ରବଳ ବର୍ଷା ସତ୍ତ୍ୱେ ୩,୫୦୦ ରୁ ଅଧିକ ତୀର୍ଥଯାତ୍ରୀଙ୍କ ଏକ ନୂତନ ଦଳ ଜମ୍ମୁରୁ ପ୍ରସ୍ଥାନ
ଜମ୍ମୁ, ୨୨ ଜୁଲାଇ (ହି.ସ.)- ପ୍ରବଳ ବର୍ଷା ସତ୍ତ୍ୱେ ୩,୫୦୦ ରୁ ଅଧିକ ତୀର୍ଥଯାତ୍ରୀଙ୍କ ଏକ ନୂତନ ଦଳମଙ୍ଗଳବାର ସକାଳେ କଡ଼ା ସୁରକ୍ଷା ମଧ୍ୟରେ ବାବା ବର୍ଫାନୀଙ୍କ ଦର୍ଶନ ପାଇଁ ଜମ୍ମୁ ପ୍ରସ୍ଥାନ କରିଛି। ୩ ଜୁଲାଇରେ ତୀର୍ଥଯାତ୍ରା ଆରମ୍ଭ ହେବା ପରଠାରୁ, ୩ ଲକ୍ଷରୁ ଅଧିକ
ଅମରନାଥ ଯାତ୍ରା: ପ୍ରବଳ ବର୍ଷା ସତ୍ତ୍ୱେ ୩,୫୦୦ ରୁ ଅଧିକ ତୀର୍ଥଯାତ୍ରୀଙ୍କ ଏକ ନୂତନ ଦଳ ଜମ୍ମୁରୁ ପ୍ରସ୍ଥାନ


ଜମ୍ମୁ, ୨୨ ଜୁଲାଇ (ହି.ସ.)- ପ୍ରବଳ ବର୍ଷା ସତ୍ତ୍ୱେ ୩,୫୦୦ ରୁ ଅଧିକ

ତୀର୍ଥଯାତ୍ରୀଙ୍କ ଏକ ନୂତନ ଦଳମଙ୍ଗଳବାର ସକାଳେ

କଡ଼ା ସୁରକ୍ଷା ମଧ୍ୟରେ ବାବା ବର୍ଫାନୀଙ୍କ ଦର୍ଶନ ପାଇଁ ଜମ୍ମୁ ପ୍ରସ୍ଥାନ କରିଛି। ୩ ଜୁଲାଇରେ

ତୀର୍ଥଯାତ୍ରା ଆରମ୍ଭ ହେବା ପରଠାରୁ, ୩ ଲକ୍ଷରୁ ଅଧିକ

ତୀର୍ଥଯାତ୍ରୀ ୩,୮୮୦ ମିଟର ଉଚ୍ଚ ଭଗବାନ ଶିବଙ୍କ ମନ୍ଦିର ଦର୍ଶନ

କରିଛନ୍ତି,ଯେଉଁଠାରେ ପ୍ରାକୃତିକ ଭାବରେ

ନିର୍ମିତ ବରଫର ଶିବଲିଙ୍ଗ ଅଛି।ଅଧିକାରୀମାନେ କହିଛନ୍ତି ଯେ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ

ଏବଂ ପୋଲିସ କର୍ମଚାରୀଙ୍କ ସଂରକ୍ଷଣରେ୩,୫୩୬

ତୀର୍ଥଯାତ୍ରୀଙ୍କ ୨୦ତମ ଦଳଯେଉଁଥିରେ ୨,୬୦୧ ପୁରୁଷ, ୮୨୨ ମହିଳା, ୧୧ ଶିଶୁ ଏବଂ ୧୦୨

ସାଧୁ ଏବଂ ସାଧ୍ୱୀ ସାମିଲ ଥିଲେସକାଳ ୩:୩୩ ରୁ ୪:୦୯ ମଧ୍ୟରେ ୧୩୨ ଟି ଯାନରେ ଜମ୍ମୁର

ଭଗବତୀ ନଗର ଆଧାର ଶିବିରରୁ ପ୍ରସ୍ଥାନ କରିଛନ୍ତି।ପ୍ରଥମ ତୀର୍ଥଯାତ୍ରୀ କାଫିଲା ୪୮ଟି ଗାଡ଼ିରେ

୧୨୫୦ ଜଣ ତୀର୍ଥଯାତ୍ରୀଙ୍କୁ ନେଇ ଗାନ୍ଦରବଳ ଜିଲ୍ଲାର ୧୪ କିଲୋମିଟର ଲମ୍ବା ଛୋଟ କିନ୍ତୁ ଅଧିକ ଗଡାଣିଆ

ବାଲଟାଲ ରୁଟ୍ ଅଭିମୁଖେ ଯାତ୍ରା କରିଥିଲା। ସେ କହିଛନ୍ତି ଯେ ୮୪ଟି ଗାଡ଼ିରେ ୨୨୮୬ ଜଣ

ତୀର୍ଥଯାତ୍ରୀଙ୍କ ଦ୍ୱିତୀୟ କାଫିଲା ଅନନ୍ତନାଗ ଜିଲ୍ଲାର ପାରମ୍ପରିକ ୪୮ କିଲୋମିଟର ଲମ୍ବା ପହଲଗାମ

ରୁଟ୍ ଦେଇ ଯାତ୍ରା ଆରମ୍ଭ କରିଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande