ବାଂଲାଦେଶ ବିମାନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୭କୁ ବୃଦ୍ଧି , ୭୮ ଜଣ ଆହତ, ୫ ଜଣଙ୍କ ଅବସ୍ଥା ଗୁରୁତର
ଢାକା,୨୨ ଜୁଲାଇ (ହି.ସ)- ବାଂଲାଦେଶ ବାୟୁସେନାର ତାଲିମ ଯୁଦ୍ଧ ବିମାନ ରାଜଧାନୀ ଢାକାର ଉତ୍ତରାରେ ସୋମବାର ଦିନ ମାଇଲଷ୍ଟୋନ୍ ସ୍କୁଲ ଏବଂ କଲେଜ କୋଠାରେ ପିଟିହୋଇ ଦୁର୍ଘଟଣାଗ୍ରସ୍ତ ହେବା ଘଟଣାରେ ମୃତ୍ୟୁ ସଂଖ୍ୟା ୨୭କୁ ବୃଦ୍ଧି ପାଇଛି। ଏଥିରେ ୨୫ ଜଣ ଶିଶୁ ସାମିଲ ଅଛନ୍ତି। ଏହି ବିମ
ବାଂଲାଦେଶ ବିମାନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୭କୁ ବୃଦ୍ଧି , ୭୮ ଜଣ ଆହତ, ୫ ଜଣଙ୍କ ଅବସ୍ଥା ଗୁରୁତର


ଢାକା,୨୨ ଜୁଲାଇ (ହି.ସ)- ବାଂଲାଦେଶ ବାୟୁସେନାର ତାଲିମ ଯୁଦ୍ଧ ବିମାନ ରାଜଧାନୀ

ଢାକାର ଉତ୍ତରାରେ ସୋମବାର ଦିନ ମାଇଲଷ୍ଟୋନ୍ ସ୍କୁଲ ଏବଂ କଲେଜ କୋଠାରେ ପିଟିହୋଇ ଦୁର୍ଘଟଣାଗ୍ରସ୍ତ ହେବା ଘଟଣାରେ ମୃତ୍ୟୁ ସଂଖ୍ୟା ୨୭କୁ

ବୃଦ୍ଧି ପାଇଛି। ଏଥିରେ ୨୫ ଜଣ ଶିଶୁ ସାମିଲ ଅଛନ୍ତି। ଏହି ବିମାନ ଦୁର୍ଘଟଣାର ତଦନ୍ତ ବାୟୁସେନା

ନିଜ ସ୍ତରରେ କରୁଛି।ଦ ଡେଲି ଷ୍ଟାରର ଖବର ଅନୁଯାୟୀମୁଖ୍ୟ ପରାମର୍ଶଦାତାଙ୍କ ସ୍ୱତନ୍ତ୍ର ସହାୟକ (ସ୍ୱାସ୍ଥ୍ୟ ଏବଂ

ପରିବାର କଲ୍ୟାଣ) ପ୍ରୋ ମୋହମ୍ମଦ ସଇଦୁର ରହମାନ ଆଜି ସକାଳେ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍

ବର୍ନ ଆଣ୍ଡ୍ ପ୍ଲାଷ୍ଟିକ୍ ସର୍ଜରୀରେ ଏକ ସାମ୍ବାଦିକ ସମ୍ମିଳନୀରେ ମୃତକଙ୍କ ସଂଖ୍ୟା ନିଶ୍ଚିତ

କରିଛନ୍ତି।ସେ କହିଛନ୍ତି ଯେ ଏହି ଦୁର୍ଘଟଣାରେ ଆହତ ହୋଇଥିବା ଅତିକମରେ ୭୮ ଜଣଙ୍କୁ ବିଭିନ୍ନ ହସ୍ପିଟାଲରେ ଚିକିତ୍ସା

କରାଯାଉଛି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର। ରହମାନ କହିଛନ୍ତି ଯେ ମୃତକଙ୍କ

ମଧ୍ୟରେ ୨୫ ଜଣ ଶିଶୁ ଅଛନ୍ତି। ଏହି ପିଲାମାନଙ୍କ ମଧ୍ୟରୁ ଅନେକଙ୍କ ବୟସ ୧୨ ବର୍ଷରୁ କମ୍। ଅନ୍ୟ

ଦୁଇ ମୃତକଙ୍କ ମଧ୍ୟରେ ବିମାନର ପାଇଲଟ୍ ଏବଂ ସ୍କୁଲ୍ ଶିକ୍ଷକ ଅଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande