ଗ୍ୟାଙ୍ଗଷ୍ଟର ଚନ୍ଦନ ମିଶ୍ରାଙ୍କ ହତ୍ୟାକାରୀଙ୍କୁ ଧରିବାକୁ ଯାଇଥିବା ପୋଲିସ ଉପରକୁ ଗୁଳିଚାଳନା, ଜଣେ ଗିରଫ
ପାଟନା,୨୨ ଜୁଲାଇ (ହି.ସ.)- ଗ୍ୟାଙ୍ଗଷ୍ଟର ଚନ୍ଦନ ମିଶ୍ରଙ୍କ ହତ୍ୟାକାରୀଙ୍କୁ ଧରିବାକୁ ଯାଇଥିବା ପୋଲିସ ଏବଂ ପାଟନା ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ) ଦଳ ମଧ୍ୟରେ ମଙ୍ଗଳବାର ସକାଳେ ଭୋଜପୁର ଜିଲ୍ଲାର ବିହିୟା ଥାନା ଅଞ୍ଚଳରେ ହୋଇଥିବା ଏନକାଉଣ୍ଟରରେ ଦୁଇ ଅପରାଧୀଙ୍କ ଗୋଡ ଏବଂ ହାତର
ଗ୍ୟାଙ୍ଗଷ୍ଟର ଚନ୍ଦନ ମିଶ୍ରାଙ୍କ ହତ୍ୟାକାରୀଙ୍କୁ ଧରିବାକୁ ଯାଇଥିବା ପୋଲିସ ଉପରକୁ ଗୁଳିଚାଳନା, ଜଣେ ଗିରଫ


ପାଟନା,୨୨ ଜୁଲାଇ (ହି.ସ.)- ଗ୍ୟାଙ୍ଗଷ୍ଟର ଚନ୍ଦନ ମିଶ୍ରଙ୍କ

ହତ୍ୟାକାରୀଙ୍କୁ ଧରିବାକୁ ଯାଇଥିବା ପୋଲିସ ଏବଂ ପାଟନା ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ) ଦଳ ମଧ୍ୟରେ ମଙ୍ଗଳବାର ସକାଳେ ଭୋଜପୁର ଜିଲ୍ଲାର ବିହିୟା ଥାନା

ଅଞ୍ଚଳରେ ହୋଇଥିବା ଏନକାଉଣ୍ଟରରେ ଦୁଇ ଅପରାଧୀଙ୍କ ଗୋଡ ଏବଂ ହାତରେ ଗୁଳି ବାଜିଛି। ଜଣେ

ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଭୋଜପୁର ପୋଲିସର ପ୍ରେସ୍ ରିଲିଜ୍ ଅନୁଯାୟୀଅପରାଧୀମାନେ ପୋଲିସକୁ

ଦେଖିବା ମାତ୍ରେ ଗୁଳି ଚଳାଇବା ଆରମ୍ଭ କରିଦେଇଥିଲେ। ପ୍ରତିଶୋଧ ସ୍ୱରୂପ ପୋଲିସ ମଧ୍ୟ ଗୁଳି

ଚଳାଇଥିଲା, ଯେଉଁଥିରେ ଦୁଇ

ଅପରାଧୀ ବଲୱନ୍ତ କୁମାର ସିଂହ ଏବଂ ରବିରଞ୍ଜନ ସିଂହଙ୍କ ହାତ ଏବଂ ଗୋଡରେ ଗୁଳି ବାଜିଥିଲା। ଜଣେ

ଅପରାଧୀ ଅଭିଷେକ କୁମାରଙ୍କୁ ଗିରଫ କରାଯାଇଛି। ପଚରାଉଚରା ସମୟରେ ସେ ନିଜ ଅପରାଧ ସ୍ୱୀକାର

କରିଛି। ଆହତ ଅପରାଧୀଙ୍କୁ ଆରା ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande