ସାତ ଜଣ ଉଗ୍ରବାଦୀ ଗିରଫ, ମଣିପୁରରେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଉଦ୍ଧାର
ଇମ୍ଫାଲ,୨୨ ଜୁଲାଇ (ହି.ସ.)- ମଣିପୁରରେ ସୁରକ୍ଷା ବାହିନୀ ଦ୍ୱାରା କରାଯାଇଥିବା ସମନ୍ୱିତ ସର୍ଚ୍ଚ ଅପରେସନରେ ସାତ ଜଣ ଉଗ୍ରବାଦୀଙ୍କୁ ଗିରଫ କରାଯାଇଛି ଏବଂ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ସନ୍ଦିଗ୍ଧ ସାମଗ୍ରୀ ଜବତ କରାଯାଇଛି। ଏହି ଉଗ୍ରବାଦୀମାନେ ଦୁଇଟି ନିଷିଦ୍ଧ ସ
ସାତ ଜଣ ଉଗ୍ରବାଦୀ ଗିରଫ, ମଣିପୁରରେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଉଦ୍ଧାର


ଇମ୍ଫାଲ,୨୨ ଜୁଲାଇ (ହି.ସ.)-

ମଣିପୁରରେ ସୁରକ୍ଷା ବାହିନୀ ଦ୍ୱାରା କରାଯାଇଥିବା ସମନ୍ୱିତ ସର୍ଚ୍ଚ ଅପରେସନରେ ସାତ ଜଣ ଉଗ୍ରବାଦୀଙ୍କୁ

ଗିରଫ କରାଯାଇଛି ଏବଂ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ସନ୍ଦିଗ୍ଧ ସାମଗ୍ରୀ ଜବତ କରାଯାଇଛି।

ଏହି ଉଗ୍ରବାଦୀମାନେ ଦୁଇଟି ନିଷିଦ୍ଧ ସଂଗଠନ ସହିତ ଜଡିତ ଥିଲେ। ପୋଲିସ ମୁଖପାତ୍ର ମଙ୍ଗଳବାର

ଦିନ କହିଛନ୍ତି ଯେ ତେଙ୍ଗନୌପାଲ ଜିଲ୍ଲାର ମୋରେହ ଥାନା ଅଞ୍ଚଳ ଅନ୍ତର୍ଗତ ଭାରତ-ମିଆଁମାର ସୀମା

ନିକଟବର୍ତ୍ତୀ ପାଙ୍ଗାଲ ବସ୍ତିରେ ଗୁଇନ୍ଦା ସୂଚନା ଆଧାରରେ କାଙ୍ଗଲେଇପାକ୍ କମ୍ୟୁନିଷ୍ଟ ପାର୍ଟି

(କେସିପି)ର ତିନି ଜଣ କ୍ୟାଡରଙ୍କୁ ଗିରଫ କରାଯାଇଛି। ଗିରଫ ଉଗ୍ରବାଦୀଙ୍କ ପରିଚୟ ଖୁମାଣ୍ଟେମ୍

ଉମାକାନ୍ତ ସିଂହ (୩୬, ମୋଙ୍ଗବୁଙ୍ଗ, ଜିରିବାମ୍), ପୁଖ୍ରବାମ୍ ନାଓଟନ୍

ସିଂହ (୨୨, ନିଙ୍ଗଥୋଖୋଙ୍ଗ୍ ମୟାଇ ଲେଇକେଇ, ବିଷ୍ଣୁପୁର) ଏବଂ ସୋଇବମ୍ ବରଗିଲ୍ ମୈତେଇ (୨୩, ଇରୋମ୍ ମିଜରାଓ, ଇମ୍ଫାଲ ୱେଷ୍ଟ)

ଭାବରେ ଚିହ୍ନଟ କରାଯାଇଛି।ଅନ୍ୟ ଏକ ଅଭିଯାନରେ, ଇଣ୍ଟେଲିଜେନ୍ସ

ଏଜେନ୍ସୀଙ୍କ ନେତୃତ୍ୱରେ ଇମ୍ଫାଲ ଇଷ୍ଟ ଜିଲ୍ଲାର କୋଇରେଙ୍ଗଇ ଚିଙ୍ଗୋଲ ଲେଇକେ ଅଞ୍ଚଳରୁ

ୟୁନାଇଟେଡ୍ ପିପୁଲ୍ସ ପାର୍ଟି ଅଫ୍ କାଙ୍ଗଲେଇପାକ୍ (ୟୁପିପିକେ) ସହିତ ଜଡିତ ଚାରି ଜଣ ଉଗ୍ରବାଦୀଙ୍କୁ ଗିରଫ

କରାଯାଇଥିଲା। ସେମାନଙ୍କ ମଧ୍ୟରେ ନିଶାନ ଡଙ୍ଗବମ (24), ଲେଶାଙ୍ଗବମ ରୋଶନ ସିଂହ (35), ଚୁଙ୍ଗଖମ କିରଣ ମୈତେଇ (21) ଏବଂ ଚନ୍ଦମ ରତନ ମୈତେଇ

(41) ଅନ୍ତର୍ଭୁକ୍ତ, ଯେଉଁମାନେ ସଂଗଠନ

ମଧ୍ୟରେ କୋଡ୍ ନାମରେ କାର୍ଯ୍ୟ କରୁଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande