ଜମ୍ମୁ, 28 ଜୁଲାଇ (ହି.ସ.)-ଉପରାଜ୍ୟପାଳ ମନୋଜ ସିହ୍ନା
ସୋମବାର ଦିନ ଭଗବତୀ ନଗର ଯାତ୍ରୀ ନିବାସରୁ ପବିତ୍ର ଶ୍ରୀ ବୁଢା ଅମରନାଥ ଯାତ୍ରା ପାଇଁ ଭକ୍ତମାନଙ୍କ
ପ୍ରଥମ ଦଳକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି
।
ଉପରାଜ୍ୟପାଳ ସମସ୍ତ
ତୀର୍ଥଯାତ୍ରୀଙ୍କୁ ଏକ ସୁରକ୍ଷିତ ଓ ଆଧ୍ୟାତ୍ମିକ ରୂପେ ପୂର୍ଣ୍ଣ ଯାତ୍ରା ପାଇଁ ଶୁଭେଚ୍ଛା ଜଣାଇଛନ୍ତି
। ସେ କହିଛନ୍ତି ଯେ,
ମହାଦେବଙ୍କ ନିବାସ ପ୍ରତି ଏହି ପବିତ୍ର ଯାତ୍ରା ଜ୍ଞାନପୂର୍ବକ
ଅନୁଭବ ଅଟେ। ମୋର ଦୃଢ଼ ବିଶ୍ୱାସ ଯେ, ଏହି ଯାତ୍ରା ଭକ୍ତମାନଙ୍କ
ସମ୍ମୁଖରେ ଜୀବନର ରହସ୍ୟକୁ ପ୍ରକାଶ କରିଥାଏ।
ଉପରାଜ୍ୟପାଳ ବାବା ଅମରନାଥ ଓ
ବୁଢ଼ା ଅମରନାଥ ଯାତ୍ରୀ ନ୍ୟାସ, ପର୍ଯ୍ୟଟନ ବିଭାଗ, ଜିଲ୍ଲା ପ୍ରଶାସନ, ଅନ୍ୟାନ୍ୟ ଶ୍ରେଣୀର ହିତଧାରକ ଏବଂ ଲଙ୍ଗର ସେବା
ପ୍ରଦାନ କରୁଥିବା ସଂଗଠନମାନଙ୍କ ଦ୍ୱାରା କରାଯାଇଥିବା ସତର୍କତା କାର୍ଯ୍ୟର ପ୍ରଶଂସା କରିଛନ୍ତି।
ବାର୍ଷିକ ତୀର୍ଥଯାତ୍ରା ଓ ବୁଢ଼ା ଅମରନାଥ ମେଳା, ବାର୍ଷିକ ଉତ୍ସବ
ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି।
ଉପରାଜ୍ୟପାଳ କହିଛନ୍ତି ଯେ, ପ୍ରଥମ ଦଳରେ ସାରାଦେଶରୁ 1000 ରୁ ଅଧିକ ତୀର୍ଥଯାତ୍ରୀ ଶ୍ରୀ ବୁଢ଼ା ଅମରନାଥଙ୍କ ପବିତ୍ର
ଯାତ୍ରା ପାଇଁ ପ୍ରସ୍ଥାନ କରିଛନ୍ତି । ସେହିପରି, ଗତକାଲି ପର୍ଯ୍ୟନ୍ତ
3.77 ଲକ୍ଷ ତୀର୍ଥଯାତ୍ରୀ ଶ୍ରୀ ଅମରନାଥ ଜୀଙ୍କ ପବିତ୍ର ଗୁଫାର ଦର୍ଶନ କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା