ବେଜିଂ, 28 ଜୁଲାଇ (ହି.ସ.)-ଚୀନରେ ମୁଷଳଧାରରେ
ବର୍ଷା ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି । ଅଧିକାଂଶ ନଦୀ ଓ ନାଳରେ ଜଳି ଭରିଛି । ଏହି
ପରିସ୍ଥିତି ମଧ୍ୟରେ ଉତ୍ତର ଚୀନ୍ର ହେବେଇ ପ୍ରାନ୍ତର ଏକ ଗାଁରେ ସୋମବାର ଭୋରରେ ଘଟିଥିବା
ଭୂସ୍ଖଳନରେ ଚାରିଜଣ ମୃତ୍ୟୁବରଣ କରିଛନ୍ତି ଓ ଅଠଜଣ ଲୋକ ନିଖୋଜ ହୋଇଯାଇଛନ୍ତି।
ଗ୍ଲୋବାଲ୍ ଟାଇମ୍ସର ଖବର ଅନୁଯାୟୀ,
ସ୍ଥାନୀୟ କର୍ତ୍ତୃପକ୍ଷ ଜଣାଇଛନ୍ତି ଯେ ଚେଙ୍ଗଡେ ସହରର
ଲୁଆନପିଙ୍ଗ କାଉଣ୍ଟି ଅବସ୍ଥିତ ଗାଁରେ ପ୍ରବଳ ବର୍ଷା ସମୟରେ ଏହି ଭୂସ୍ଖଳନ ଘଟିଛି। ଉଦ୍ଧାର
କାର୍ଯ୍ୟ ଚାଲିଛି। ଏହାଛଡ଼ା ରାଜଧାନୀ ବେଜିଙ୍ଗ ସହ ହେବେଇ ପ୍ରାନ୍ତ ଓ ଉତ୍ତର ଚୀନ୍ର
ଅନ୍ୟାନ୍ୟ ଅଂଚଳ ବି ମୁଷଳଧାର ବର୍ଷା ଓ ବନ୍ୟାରେ ପ୍ରଭାବିତ ହୋଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା