ରାଂଚି, 28 ଜୁଲାଇ (ହି.ସ.)
-କେନ୍ଦ୍ର ପ୍ରତିରକ୍ଷା
ରାଷ୍ଟ୍ର ମନ୍ତ୍ରୀ ଓ ରାଞ୍ଚିର ସାଂସଦ ସଞ୍ଜୟ ସେଠଙ୍କୁ ମାରିଦେବା ଧମକ ଦେବା ଅଭିଯୋଗରେ ରାଞ୍ଚି
ପୁଲିସ୍ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଡିଆଇଜି ତଥା ଏସଏସପି ଚନ୍ଦନ ସିହ୍ନାଙ୍କ
ନିର୍ଦ୍ଦେଶରେ ଗଠିତ ପୁଲିସ ଟିମ୍ ଏହି କାର୍ଯ୍ୟାନୁଷ୍ଠାନ ନେଇଛି। ଗିରଫ ହୋଇଥିବା ଅଭିଯୁକ୍ତଙ୍କ
ନାମ ନିତ୍ୟାନନ୍ଦ ପାଳ ବୋଲି ଜଣାପଡ଼ିଛି। ଏନେଇ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।
ପୁଲିସ୍ ଠାରୁ ମିଳିଥିବା
ସୂଚନା ଅନୁଯାୟୀ, ଅଭିଯୁକ୍ତ ମଦ
ପିଇଥିବା ଅବସ୍ଥାରେ କେନ୍ଦ୍ର ପ୍ରତିରକ୍ଷା ରାଜ୍ୟମନ୍ତ୍ରୀ ସଞ୍ଜୟ ସେଠଙ୍କୁ ଫୋନ୍ କରି ତାଙ୍କୁ
ମାରିଦେବା ଧମକ ଦେଇଥିଲେ। ଫୋନ୍ କରିଥିବା ବ୍ୟକ୍ତି ମନ୍ତ୍ରୀଙ୍କୁ କହିଥିଲେ ଯେ ସେ ବହୁ ଲୋକଙ୍କୁ ହତ୍ୟା
କରିଛି ଏବଂ ଏବେ ମନ୍ତ୍ରୀଙ୍କ ପାଳି ଆସିଛି। ଏହା ପରେ, ସେ ଏକ ଧମକପୂର୍ଣ୍ଣ ମେସେଜ୍ ମଧ୍ୟ ପଠାଇଥିଲା, ଆପଣଙ୍କୁ ଗୁଳି କରାଯିବ’ ବୋଲି ଏଥିରେ ଲେଖାଥିଲା ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା