କେନ୍ଦୁଝର, 29 ଜୁଲାଇ (ହି.ସ.)
ଡିମ୍ବୋ ସ୍ଥିତ ସେଣ୍ଟ ଜାଭିୟର୍ସ ହାଇସ୍କୁଲରେ ରୋଟାରୀ କ୍ଲବ କେନ୍ଦୁଝର ତରଫରୁ ଶ୍ରୀରାମ ଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟର ଦାନ୍ତ ରୋଗ ବିଶେଷଜ୍ଞ ଡାକ୍ତରଙ୍କ ସହଯୋଗରେ ଦୁଇ ଦିନିଆ ଦାନ୍ତ ପରୀକ୍ଷା ଶିବିର ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି।ପ୍ରଥମ ଦିବସରେ ବିଦ୍ୟାଳୟର ୭୦୦ ଜଣ ଛାତ୍ର ଛାତ୍ରୀଙ୍କ ଦାନ୍ତ ପରୀକ୍ଷା କରାଯାଇ ଉପଯୁକ୍ତ ଯତ୍ନ ନେବାକୁ ପରାମର୍ଶ ଦିଆଯାଇଛି।ରୋଟାରୀ କ୍ଲବ କେନ୍ଦୁଝରର ସେବା ପ୍ରକଳ୍ପ ନିର୍ଦ୍ଦେଶକ ଡାକ୍ତର ସଞ୍ଜୀବ କୁମାର ଓତାଙ୍କ ମାର୍ଗଦର୍ଶନରେ ଏସ୍.ସି.ବି. ମେଡିକାଲର ଦାନ୍ତ ରୋଗ ବିଶେଷଜ୍ଞ ଡାକ୍ତର ଗୌରବ ଶର୍ମା,କୁମାର କୁଲଦୀପ,ଜୟଦେବ ବେହେରା,ଅନିଶା ଦତ୍ତ,କ୍ରିଷ୍ଣା ପ୍ରିୟା ପ୍ରମୁଖ ଯୋଗ ଦେଇ ଛାତ୍ର ଛାତ୍ରୀଙ୍କ ଦାନ୍ତ ପରୀକ୍ଷା କରିଥିଲେ ।ରୋଟାରିଆନ ପ୍ରଶାନ୍ତ ସ୍ୱାଇଁ,ଡ. ମାନସ ରଞ୍ଜନ ପଣ୍ଡା ଏବଂ ସେଣ୍ଟ ଜାଭିୟର୍ସ ହାଇସ୍କୁଲର ସି.ଇ.ଓ ମୃତ୍ୟୁଞ୍ଜୟ ନାୟକ,ଅଧ୍ୟକ୍ଷ ଦିବ୍ୟ କିଶୋର ପ୍ରଧାନ,ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀ ଉପସ୍ଥିତ ରହି ଶିବିର ପରିଚାଳନା ରେ ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA