ଜୟପୁର, ୩ ଜୁଲାଇ (ହି.ସ.) - ଆସନ୍ତା ୬ ତାରିଖରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜୟପୁର ଗସ୍ତ ଥିବାସହ କେନ୍ଦ୍ରୀୟ ବିଦ୍ୟାଳୟ କୋଠା ଉଦଘାଟନ କରିବା ସହ ପ୍ରସ୍ତାବିତ କେନ୍ଦ୍ରୀୟ ବିଦ୍ୟାଳୟର ଭିତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି। ଏନେଇ ଜିଲ୍ଲାପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଆଜି ଜିଲ୍ଲାପାଳ ଭି.କିର୍ତୀଭାସନ ଓ ଉପଜିଲ୍ଲାପାଳ ଏ.ସସ୍ୟାରେଡ୍ଡୀ କେନ୍ଦ୍ରୀୟ ବିଦ୍ୟାଳୟ ପରିଦର୍ଶନ କରିବା ସହ ତୁରନ୍ତ ମରାମତି କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଧେଶ ଦେଇଥିଲେ। କେନ୍ଦ୍ରମନ୍ତ୍ରୀ ଆସିବେ ବୋଲି ଗାନ୍ଧୀଛକ ଠାରୁ କେନ୍ଦ୍ରୀୟ ବିଦ୍ୟାଳୟ ପର୍ଯ୍ୟନ୍ତ ରାସ୍ତାରେ ଥିବା ଖାଲ ଗୁଡିକୁ ମାଟି ପକାଇ ବନ୍ଦ କରାଯାଉଥିବା ବେଳେ ବିଦ୍ୟାଳୟ ସମ୍ମୁଖରେ ଏକ ନାମ ଫଳକ ଗେଟ, କାନ୍ଥରେ ଚୂନମରା କାର୍ଯ୍ୟ ଚାଲୁ ରହିଛି। ମାଲକାନଗିରି ବାଇପାସ ରୋଡରେ ପ୍ରସ୍ତାବିତ କେନ୍ଦ୍ରୀୟ ବିଦ୍ୟାଳୟର ଭିତିପ୍ରସ୍ତର ସ୍ଥାପନ କରିବା ପାଇଁ ଯିବା ସ୍ଥାନକୁ ଅସ୍ଥାୟୀ ରୋଡ କରାଯାଇଛି। ଆସନ୍ତା କାଲି ମଧ୍ୟରେ ଯେପରି ସମସ୍ତ କାର୍ଯ୍ୟ ସମାପ୍ତ ହେବ ସେନେଇ ଜିଲ୍ଲାପାଳ ଉପଜିଲ୍ଲାପାଳଙ୍କୁ ନିର୍ଦ୍ଧେଶ ଦେଇ ଯାଇଛନ୍ତି। ଆସନ୍ତା କାଲି ପୁଣି ଥରେ ସମସ୍ତ କାର?୍ୟ୍ୟର ତଦାରଖ କରିବେ ବୋଲି ସୂଚନା ଦେଇଛନ୍ତି। ଆଜି ଜିଲ୍ଲାପାଳଙ୍କ ପରିଦର୍ଶନ ସମୟରେ ସାଙ୍ଗରେ ଏସଡିପିଓ ପାର୍ଥ କଶ୍ୟପ, ଏମଇ ଅଜୟ କୁମାର ଜାନୀ,ଚୈତନ୍ୟ ବାସକେ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ପୂଜା ରାଉତ ପ୍ରମୁଖ ଉପସ୍ଥିତ ଥିଲେ।
ପ୍ରକାଶ ଥାଉକି ଆସନ୍ତା ୬ ତାରିଖ ତଥା ରବିବାର ଦିନ ପୂର୍ବାହ୍ନ ୮ଟାରେ କୋରାପୁଟ୍ ଗେଷ୍ଟହାଉସରୁ ଓଏସଏପି ତୃତୀୟ ବାଟାଲିଅନ କ୍ୟାମ୍ପସ ଯିବେ। ସେଠାରେ ଦେଢ ଘଂଟା ରହି ଗୋଟିଏ ଗଛ ମାଆଙ୍କ ନାଁରେ କାର?୍ୟ୍ୟକ୍ରମରେ ଯୋଗ ଦେଇ ଚାରା ଲଗାଇବେ। ପୂର୍ବହ୍ନ ୧୦ଟାରେ ଜୟପୁର ଅଭିମୁଖେ ଆସିବେ। ମାଲକାନଗିରି ବଇପାସ ରୋଡରେ ପ୍ରସ୍ତାବିତ କେନ୍ଦ୍ରୀୟ ବିଦ୍ୟାଳୟର ଭିତିପ୍ରସ୍ତର ସ୍ଥାପନ ଏବପ୍ସ ସରକାରୀ ଉଚ୍ଚବିଦ୍ୟାଳୟ ନିକଟରେ ଥିବା ଅସ୍ଥାୟୀ କେନ୍ଦ୍ରୀୟ ବିଦ୍ୟାଳୟ କ୍ୟାମ୍ପସ କୋଠା ଉଦଘାଟନ କରିବେ। ପୂର୍ବାହ୍ନ ୧୧ଟା ୪୫ ରେ ସ୍ଥାନୀୟ ଦଶହରା ପଡିଆରେ ଆୟୋଜିତ ହେବକୁ ଥିବା କର୍ମକର୍ତା ସମାବେଶରେ ଯୋଗ ଦେବେ। ଅପରାହ୍ନ ୨ଟାରେ କୋରାପୁଟ୍ ସର୍କିଟ ହାଉସ ଅଭିମୁଖେ ବାହାରିବେ। ସେଠାରେ ବିଶ୍ରାମ ନେଇ ୩ଟାରୁ ୬ଟା ପର୍ଯ୍ୟନ୍ତ ଅବିଭକ୍ତ କୋରାପୁଟ ଜିଲ୍ଲାର ବିଦ୍ୟାଳୟ ଓ ଉଚ୍ଚଶିକ୍ଷା ସପ୍ସପର୍କରେ ସମୀକ୍ଷା କରିବେ ବୋଲି ସୂଚନା ମିଳିଛି।
ହିନ୍ଦୁସ୍ଥାନ ସମାଚାର / ପିକେପି