ଭୁବନେଶ୍ୱର, 3 ଜୁଲାଇ (ହି.ସ.)- ପୁରୁଷ ବିଭାଗର
୮୪ କେଜିରୁ କମ୍ ବର୍ଗ କରାଟେ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତିଥିବା ସୁମନ ଶେଖର ଦାସଙ୍କୁ
ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବର୍ମିଂହାମ୍, ୟୁଏସଏରେ ଆୟୋଜିତ
ବିଶ୍ୱ ପୋଲିସ୍ ଓ ଫାୟାର୍ ଗେମ୍ସ ୨୦୨୫ ର ପୁରୁଷ
ବିଭାଗର ୮୪ କେଜିରୁ କମ୍ ବର୍ଗ କରାଟେ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତି ରାଜ୍ୟ ଓ ଦେଶକୁ
ଗର୍ବିତ କରିଥିବା ସୁମନ ଶେଖର ଦାସଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ତାଙ୍କର
ଉତ୍ତରୋତ୍ତର ଉନ୍ନତି ସହ ଉଜ୍ଜ୍ଵଳ ଭବିଷ୍ୟତ କାମନା କରୁଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା