ଭୋପାଳ, 5 ଜୁଲାଇ (ହି.ସ)-ମଧ୍ୟପ୍ରଦେଶରେ
ପ୍ରବଳ ବର୍ଷା ଗତ ଏକ ସପ୍ତାହରୁ ଜାରି ରହିଛି,ଯାହା ଆଗକୁ ଜାରି ରହିବ ବୋଲି ପାଣିପାଗ ବିଭାଗ
ପକ୍ଷରୁ ପୁର୍ବାନୁମାନ କରାଯାଇଛି।ବିଭାଗ ଅନୁଯାୟୀ ଏଠାରେ ଏକ ଷ୍ଟ୍ରଙ୍ଗ ସିଷ୍ଟମ ସକ୍ରିୟ ଅଛି
,ଯାହା ଯୋଗୁଁ ଏହି ପରିସ୍ଥିତି ସୃଷ୍ଟି ହୋଇଛି।ଉତ୍ତରପ୍ରଦେଶର ଅନେକ ଜିଲ୍ଲାରେବନ୍ୟା ପରିସ୍ଥିତି ଦେଖାଦେବା ଆରମ୍ଭ କରିଛି।।ଏଠାରେ ଶୁକ୍ରବାର ଅନେକ ଜିଲ୍ଲାରେ ଆରମ୍ଭ ହୋଇଥିବା ବର୍ଷା
ଆଜି ଶନିବାର ମଧ୍ୟ ଜାରି ରହିଛି।ପାଣିପାଗ ବିଭାଗ ମଣ୍ଡଳା,ସିୱନୀ ଏବଂ ବାଲାଘାଟରେ ଅତ୍ୟନ୍ତ ପ୍ରବଳ
ବର୍ଷାର ଚେତାବନୀ ଜାରି କରିଛି ଏବଂ ଏଥିପାଇଁ ବନ୍ୟା ଚେତାବନୀ ମଧ୍ୟ ଜାରି କରାଯାଇଛି।ଏହି
ସମ୍ପର୍କରେ ପାଣିପାଗ ବୈଜ୍ଞାନିକ ବେଦପ୍ରକାଶ ସିଂହ ଶୁକ୍ରବାର ସନ୍ଧ୍ୟାରେ କହିଥିଲେ ଯେ ଉତ୍ତରୀ
ଶିବପୁରୀ ,ନିବାରୀ/ଓରଛା,ଛତରପୁର/ଖଜୁରାହୋ,ପନ୍ନା/ଟିଆର,ଦମୋହ,ଜବଲପୁର/ଏପି/ଭେଡାଘାଟ ଏବଂ ରିୱାରେ ବିଜୁଳି ସହିତ ବର୍ଷାହେବାର ସମ୍ଭାବନା ରହିଛି।ଏହା ସହ ଅଲିରାଜପୁର ,ଧାର/ମାଣ୍ଡୁ,ଶୋପୁର କଳାନ/କୁନୋ -ଏନପୀ,ମୋରେନା,ଦତିୟା /ରତନଗଢ,ସାଗର,ଟିକମଗଢ,ରାୟସେନ /ସାଞ୍ଚି/ଭୀମବେଟକା,ମେହର,ଖଣ୍ଡୱା/ଓଁକାରେଶ୍ୱର,ନରସିଂଙ୍ଗପୁର
,ମଉଗଞ୍ଜ,କଟନୀରେ ମଧ୍ୟମ ଧରଣର ବର୍ଷା ଜାରି ରହିବାର ସମ୍ଭାବନା ରହିଛି।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା