ବଲାଙ୍ଗିର, 9 ଜୁଲାଇ (ହି.ସ.) ଆଜିକାଲିର ବ୍ୟସ୍ତ ବହୁଳ ସମାଜ ରେ ସାନରୁ ବଡ଼ ପର୍ଯ୍ୟନ୍ତ ମଣିଷ ଭିତରେ ମାନସିକ ସ୍ଥିତି ଠିକ୍ ରହୁନି ଦିନକୁ ଦିନ ଦେଶରେ ମାନସିକ ଦୁଶ୍ଚିନ୍ତା ଆତ୍ମହତ୍ୟା ପ୍ରବଣତା ରୋଗୀ ର ସଂଖ୍ୟା ବଡିବଢ଼ି ଚାଲିଛି। ଅନେକ ରୋଗୀ ଙ୍କ କ୍ଷେତ୍ରରେ ତାର ମାନସିକ ସ୍ଥିତି କୁ ମାପିବା ପରଖିବା ସମସ୍ୟା ଚିହ୍ନଟ ପାଇଁ ଉପଯୁକ୍ତ ଅଧ୍ୟୟନ କରି ନିରାକରଣ ପାଇଁ ସାଧନ ର ଅଭାବ ଥିଲା ।
ଏବେ ବଲାଙ୍ଗିର ସହର ପ୍ୟାଲେସ ଲାଇନ ର ନିବାସୀ ଯୁବକ ଅବିନାଶ ଭରଦ୍ୱାଜ ଦାଶ ( ୨୫) ମଣିଷ ର ଏହି ସମସ୍ୟା ନିରାକରଣ ପାଇଁ ଆପ୍ଲିକେସନ୍ ପ୍ରସ୍ତୁତ କରିଛନ୍ତି ।
ବଡ଼ମାଳ ଗୋଳାବାରୁଦ କାରଖାନା ଅଧିକାରୀ ପ୍ରମୋଦ ଦାଶ ଓ ଦୀପ୍ତି ମୟୀ ଦାଶ ଙ୍କ ପୁଅ ଅବିନାଶ ସ୍ଵତନ୍ତ୍ର ଅର୍ଟିଫିସିଏଲ ଆପ୍ଲିକେସନ ଉନ୍ନତ କରିଥିବା ଦାବି କରିଛନ୍ତି । ମଣିଷ ର ମସ୍ତିଷ୍କ ଭିତର ଗତିବିଧି କୁ ମାପିବା ଓ ଲିପିବଦ୍ଧ କରିବା ପାଇଁ ଇଲେଟ୍ରୋ ଏନ ସେଫଲୋଗ୍ରମ୍ ରେ ସେ ନିଜେ ଡଭଲପ କରିଥିବା ସ୍ବତନ୍ତ୍ର ଆପ୍ଲିକେସନ ର ବ୍ୟବହାର କରି ମଣିଷ ର ମାନସିକ ସ୍ଥିତିର ଆଗୁଆ ଅଧ୍ୟୟନ ଓ ସୂଚନା ପାଇ ପାରିବା ଦାବି କରିଛନ୍ତି । ସେ ପ୍ରସ୍ତୁତ କରିଥିବା ଭରଦ୍ୱାଜ ଟେନସନ ମଡେଲ (ଭି ଟି ଏମ) ମଣିଷ ମନର ସ୍ଥିତି କୁ ଆଗୁଆ ଜାଣି ପାରୁଥିବା ସେ କହିଛନ୍ତି। ଏହିଁ ମଡେଲ ମଣିଷ ର ଷଜ୍ଞାନାତ୍ମକ ସ୍ଵାଖ୍ୟର କୁ ଏକ ମେସିନ ପଠାନୀୟ ଟେଂସର୍ ବୋର୍ଡ ରେ ଅନୁବାଦ କରି ପାରୁଛି। ମଣିଷର ଚିନ୍ତା ପ୍ରକ୍ରିୟାକୁ ମଧ୍ୟ ଏହି ଆପ୍ଲିକେସନ ଆଗୁଆ ଅଧ୍ୟୟନ କରି ପାରୁଥିବାରୁ ଏହା ଅନେକ ଦିଗରୁ ମଣିଷ ର ମସ୍ତିଷ୍କ ଭାବନା ଚିନ୍ତା ସମ୍ବନ୍ଧୀୟ ବୋଧ ପ୍ରକ୍ରିୟା ନିୟନ୍ତ୍ରଣରେ ସହାୟକ ହୋଇପାରିବ ବୋଲି କହିଛନ୍ତି। ଭରଦ୍ୱାଜ ଙ୍କ କହିବା ଅନୁସାରେ ଏହି ଆପ୍ଲିକେସନ ଜରିଆରେ ମାନସିକ ସ୍ବାସ୍ଥ୍ୟ ଚିକିତ୍ସା ପାଇଁ ବହୁ ପରିମାଣ ରେ ଚିନ୍ତା ଭାବନା ପ୍ୟାଟର୍ନ ଗୁଡ଼ିକୁ ମ୍ୟାପିଂ କରାଯାଇ ପାରିବ। ଏହାଦ୍ବାରା ସ୍ଥଳ ବିଶେଷ ରେ ଆତ୍ମହତ୍ୟା ଭାବନା, ସ୍ମରଣ ଶକ୍ତି ହରାଇବା, ନିଦ୍ରହିନତା ଭଳି ସମସ୍ୟା ସମାଧାନ କରାଯାଇ ପାରିବ ବୋଲି ପ୍ରକାଶ କରିଛନ୍ତି। ଏହି ଆପଲିକେସନ୍ ରେ ଆଗୁଆ ସୂଚନା ମିଳୁଥିବାରୁ ଏବଂ ଏହା କୂତ୍ରିମ ବୁଦ୍ଧିମତା ସମ୍ପନ୍ନ ହୋଇଥିବାରୁ ଏହାର ବହୁଳ ବ୍ୟବହାର ରୋଗୀ ଛାତ୍ରଛାତ୍ରୀ ତଥା ଅନ୍ୟମାନଙ୍କ ପାଇଁ ଉପାଦେୟ ହେବ ବୋଲି ଭରଦ୍ୱାଜ କହିଛନ୍ତି । ରାଜ୍ୟ ତଥା ଦେଶର ବଡ଼ ବଡ଼ ସହର ରେ ରହିଥିବା ବେଳେ ବଲାଙ୍ଗିର ଭଳି ସାନ ସହର ରେ ଏଭଳି ସୁବିଧା ନଥିବା ସେ କହିଛନ୍ତି। ତାଙ୍କ ଆପ୍ଲିକେସନ ଅପରାଧୀ ମାନଙ୍କ ମିଛ ଧରିବା କାମରେ ଲାଗି ପାରିବ ବୋଲି କହିଛନ୍ତି।
ଛତିଶଗଡ ରାୟପୁର ସ୍ତିତ ମାକ୍ସ ଉନିଭାର୍ସିଟୀ ରୁ ମନସ୍ତତ୍ତ୍ୱ ବିଜ୍ଞାନ ରେ ସ୍ନାତକ ପରେ ଭିଲାଇ ଆଇ ଆଇ ଟି ରେ ଶିକ୍ଷା ନବିସ ରୂପେ ୮ ମାସ ଧରି କମ୍ପିଟିସନାଲ ସାଇକୋଲଜୀ ବିଭାଗ ର ମୁଖ୍ୟ ଭାବରେ କାମ କରିଥିବା ବେଳେ ବର୍ତମାନ ପିଏସ୍ୱାଲଜି ଭାବରେ ଅଧ୍ୟୟନରତ ଅଛନ୍ତି। ମସ୍ତିଷ୍କ ଓ ମାନସିକ ଅବସ୍ଥା ଉପରେ ଅବିନାଶ ଗବେଷଣା ଚଳାଇଛନ୍ତି। ଇ ସି ଜି,ସିଟି ସ୍କାନ ଏମ ଆର ଆଇ ଭଳି ବିଭିନ୍ନ ଡାକ୍ତର ଖନା ରେ ମାନସିକ ରୋଗ ଚିହ୍ନଟ ଓ ଚିକିତ୍ସା ପାଇଁ ଏଫ୍ ଏମ ଆର ଆଇ, ଏମ ଏଜି ଭଳିକି ଆପ୍ଲିକେସନ ଉପଲବ୍ଧ କରାଗଲେ ଅଧିକ ଲୋକ ଉପକୃତ ହେବେ ବୋଲି ଭରଦ୍ୱାଜ କହିଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ