ଜୟପୁର,୯ ଜୁଲାଇ (ହି.ସ.) - ବିଦେଶୀ ମଦ ଚାଲାଣ ବେଳେ ଜୟପୁର ଅବକାରୀ ଥାନା ଆଜି ଚଢାଉ କରି ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଗରିଫ ଅଭିଯୁକ୍ତ ଜଣକ ହେଲା ଜୟପୁର ଏନକେଟି ରୋଡର ସୁରେନ୍ଦ୍ର ୟାଦବ । ସୂଚନା ଅନୁଯାୟୀ ବିଦେଶୀ ମଦ ଚାଲାଣ ହେଉଥିବା ସୂଚନା ପାଇ ଜୟପୁର ଅବକାରୀ ଥାନା ବାଙ୍କବିଜା ରାସ୍ତାରେ ଚଢାଉ କରିଛି । ଚଢାଉ କରି ୪.୫ ଲିଟର ବିଦେଶୀ ମଦ ଜବତ କରି ଅଭିଯୁକ୍ତ କୁ ଆଜି ଅପରାହ୍ନ ୪ଟା ୩୦ ମିନିଟ ସମୟରେ କୋର୍ଟ ଚାଲାଣ କରିଥିବା ଜୟପୁର ଅବକାରୀ ଥାନା ତରଫରୁ ସୂଚନା ଦିଆଯାଇଛି ।
ହିନ୍ଦୁସ୍ଥାନ ସମାଚାର / ପିକେପି