ଭୁବନେଶ୍ୱର, 9 ଜୁଲାଇ (ହି.ସ.)ଜଗନ୍ନାଥ ପ୍ରଧାନଙ୍କ ଜାମିନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ।
ଜଗନ୍ନାଥଙ୍କ ଗିରଫଦାରୀ ଉଚିତ୍ ହୋଇନାହିଁ ବୋଲି ପୁଣି କହିଛନ୍ତି ଜୟନାରାୟଣ । ଜଗନ୍ନାଥ ପ୍ରଧାନ ଓଏଏସ ଅଫିସରଙ୍କୁ ଆକ୍ରମଣ ବେଳେ ସେ ଜାଗାରେ ନଥିଲେ । ଘଟଣାରେ ଜଗନ୍ନାଥଙ୍କର ସଂପୃକ୍ତି ନଥିଲା । ଜେଲକୁ ଯାଇ ଜଗନ୍ନାଥଙ୍କୁ ଭେଟିବା ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ଜୟନାରାୟଣ । ସେ କହିଛନ୍ତି ଆଜି ଜଗନ୍ନାଥ ଜାମିନ ପାଇବା ସହ ଜେଲରୁ ବାହାରିବେ । ଜଣେ ଦଳୀୟ କର୍ମୀ ଜେଲରେ ଥିବାରୁ ତାଙ୍କୁ ଦେଖା କରିବାକୁ ଯାଇଥିଲି । ଜଗନ୍ନାଥଙ୍କୁ ମିଠା ଖୁଆଇଲି ଏବଂ ସେ ମଧ୍ୟ ମୋତେ ମିଠା ଖୁଆଇଲେ ବୋଲି କହିଛନ୍ତି ଜୟନାରାୟଣ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା