ଭୁବନେଶ୍ୱର, 9 ଜୁଲାଇ (ହି.ସ.) ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ ପ୍ରସଙ୍ଗରେ କଡ଼ା କାଉଣ୍ଟର କରିଛନ୍ତି ବରିଷ୍ଠ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର । କପିଲ ଶର୍ମା କମେଡି ସୋ ଯେମିତି ରାହୁଲ ଗାନ୍ଧୀ ମଧ୍ୟ ଜଣେ କମେଡିଆନ ବା ଜୋକର ବୋଲି କହି ତାଛଲ୍ୟ କଲେ ଜୟନାରାୟଣ । ତେଣୁ ଜଣେ ଜୋକର ଆସିଲେ କିଛି ପ୍ରଭାବ ପଡ଼ିବ ନାହିଁ । କଂଗ୍ରେସ ପାର୍ଟିର dimension କେମିତି ହେଲାଣି ସମସ୍ତେ ଦେଖୁଛନ୍ତି । କଂଗ୍ରେସ ଦଳ ଆଗାମୀ ଶତାବ୍ଦୀରେ ବି ଉଧେଇବାର ସମ୍ଭାବନା ନାହିଁ । ରାହୁଲଙ୍କୁ ବାର୍ତ୍ତା ଦେଇ ଆସେ କି ? ସେ କି ବାର୍ତ୍ତା ଦେବେ । ଟି - ସାର୍ଟ ପିନ୍ଧିବା ବାର୍ତ୍ତା ଦେବେ କି ରାହୁଲ ଗାନ୍ଧୀ । ରାହୁଲ ଗାନ୍ଧୀ ରାଜୀବଙ୍କ ପୁଅ, ରାଜୀବ ଇନ୍ଦିରା ଗାନ୍ଧୀଙ୍କ ପୁଅ, ଇନ୍ଦିରା ଗାନ୍ଧୀ ନେହେରୁଙ୍କ ଝିଅ । ତେଣୁ ସେମାନେ ବଂଶାନୁକ୍ରମିକ ଭାବେ ଚାଲାଇଛନ୍ତି । ସେମାନେ ପାର୍ଟିକୁ ନିଜର ସମ୍ପତ୍ତି କରି ରଖିଛନ୍ତି । ଜାନକୀବଲ୍ଲଭ ପଟ୍ଟନାୟକ କଂଗ୍ରେସ ଶାସନ କାଳରେ ଯେଉଁ ସବୁ କାମ କରି ଯାଇଛନ୍ତି, କେହି କଂଗ୍ରେସକୁ ଗ୍ରହଣ କରିବେ ନାହିଁ । ସେମାନେ ପୁଣି ଶାସନକୁ ଆସିବେ ବୋଲି ଆଶା କରିବା ଭଲ । ସଶକ୍ତ ବିରୋଧୀ ଦଳ ରଖିବା ଦରକାର । କଂଗ୍ରେସ ଦେହରେ ନ୍ୟୁଟ୍ରିସନ ନାହିଁ । ଯଦି କଂଗ୍ରେସର ନ୍ୟୁଟ୍ରିସନ୍ ଦରକାର ତେବେ ଆମେ ଦେବୁ ବୋଲି କହି ସମାଲୋଚନା କଲେ ଜୟନାରାୟଣ । ତାଙ୍କର ସବୁ ଶକ୍ତି ସ୍ୟୁଇସ ବ୍ୟାଙ୍କରେ ଅଛି । ବ୍ୟାଙ୍କରେ ସବୁ କାମ ହୋଇକି ଅଛି । ଜଣେ ଜୋକର ଆସିଲେ କିଛି ପ୍ରଭାବ ପଡ଼ିବ ନାହିଁ । ଯଦି ରହିଲା ଗାନ୍ଧୀଙ୍କର ସତ୍ ସାହସ ଅଛି, ତେବେ କେରଳର ଗୋଟିଏ ମୁସଲିମ ପ୍ରବଣ ନିର୍ବାଚନ ମଣ୍ଡଳୀରୁ କାହିଁକି ଲଢ଼ିଲେ ବୋଲି ପ୍ରଶ୍ନ କଲେ ଜୟନାରାୟଣ ମିଶ୍ର । ଭାରତ ସାରା ଆଉ କୌଣସି ନିର୍ବାଚନ ମଣ୍ଡଳୀ ନଥିଲା କି ? ତେଣୁ ଯଦି ନିଜେ ଲଢ଼ିବା ପାଇଁ ରାହୁଲ ସନ୍ଧିହାନ ଅଛନ୍ତି, ତେବେ ସେ ନେତୃତ୍ବ କଣ ନେବେ ?
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା