ସର୍ବ ଭାରତୀୟ ଧର୍ମଘଟର ଆଂଶିକ ପ୍ରଭାବ
ଜୟପୁର, ୯ ଜୁଲାଇ (ହି.ସ)- ଜୁଲାଇ -୯ ତାରିଖ ସର୍ବଭାରତୀୟ ଧର୍ମଘଟ ଆଂଶିକ ପ୍ରଭାବ ଜୟପୁର ଦେଖିବାକୁ ମିଳିଛି । ସମସ୍ତ କେନ୍ଦ୍ରୀୟ ଟ୍ରେଡ ୟୁନିଅନ ମାନଙ୍କ ଆହ୍ୱାନରେ ବୁଧବାର ସର୍ବଭାରତୀୟ ଧର୍ମଘଟ ପାଇଁ ଜୟପୁର ମୁଖ୍ୟ ଟ୍ରାଫିକ ଛକ ନିକଟରେ ରାସ୍ତା ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଚାରୋଟି
ସର୍ବ ଭାରତୀୟ ଧର୍ମ ଘଟ ଆଂଶିକ ପ୍ରଭାବ


ଜୟପୁର, ୯ ଜୁଲାଇ (ହି.ସ)- ଜୁଲାଇ -୯ ତାରିଖ ସର୍ବଭାରତୀୟ ଧର୍ମଘଟ ଆଂଶିକ ପ୍ରଭାବ ଜୟପୁର ଦେଖିବାକୁ ମିଳିଛି । ସମସ୍ତ କେନ୍ଦ୍ରୀୟ ଟ୍ରେଡ ୟୁନିଅନ ମାନଙ୍କ ଆହ୍ୱାନରେ ବୁଧବାର ସର୍ବଭାରତୀୟ ଧର୍ମଘଟ ପାଇଁ ଜୟପୁର ମୁଖ୍ୟ ଟ୍ରାଫିକ ଛକ ନିକଟରେ ରାସ୍ତା ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଚାରୋଟି ଶ୍ରମ କୋଡ଼ ବାତିଲ୍ କରିବା , ସର୍ବନିମ୍ନ ମଜୁରୀ ୨୬୦୦ ଟଙ୍କା ଘୋଷଣା କରିବା , ଆଶା , ଅଙ୍ଗନବାଡ଼ି, ପାଚିକା ସହାୟିକା ସମସ୍ତଙ୍କୁ ଶ୍ରମିକ ମାନ୍ୟତା ଦେବା , ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରିବା ସହ ସର୍ବନିମ୍ନ ପେନସନ ୯୦୦୦ ଟଙ୍କା ଘୋଷଣା କରିବା , ଦରଦାମ୍ ବୃଦ୍ଧି ରୋକିବା , ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବା , ସମସ୍ତ ସରକାରୀ ପଦପଦବୀକୁ ପୁରଣ କରିବା ଆଦି ଦାବିରେ ଧର୍ମଘଟ କରାଯାଇଛି। ଏଆଇଟିୟୁସି,ସିଆଇଟିୟୁ,ଏଆଇୟୁଟିୟୁସି, ଆଇଏନଟିୟୁସି ,ଇପିଏଫ ପେନସନର୍ସ ଆସୋସିଏସନ୍ ଓ ସିଟି କୋଅର୍ଡିନେସନ୍ କମିଟିର ପ୍ରତିନିଧି ମାନେ ଧର୍ମଘଟରେ ସାମିଲ ହୋଇଥିଲେ । ପରେ ବିକ୍ଷୋଭ କାରୀମାନେ ଶୋଭାଯାତ୍ରାରେ ବାହାରି ସ୍କୁଲ, କଲେଜ, ମଦ ଦୋକାନ, ପେଟ୍ରୋଲ ପମ୍ପ ଆଦି ବନ୍ଦ କରିଥିଲେ। ପୋଲିସ ତରଫରୁ ସୁରକ୍ଷା କୁ କଡା କଡ଼ି କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande