ଭୁବନେଶ୍ୱର, ୦୯ ଜୁଲାଇ (ହି.ସ.) - ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ପ୍ରସଙ୍ଗରେ ବରିଷ୍ଠ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ବାବଦରେ କେବଳ ମୁଖ୍ୟମନ୍ତ୍ରୀ ହିଁ ଜାଣିଥିବେ । ଏହା ମୁଖ୍ୟମନ୍ତ୍ରୀଙ୍କ ବିଷୟ । ସେ ବାବଦରେ ମୁଖ୍ୟମନ୍ତ୍ରୀ ବିଚାର କରିବେ । ମୁଁ ମନ୍ତ୍ରୀ ପଦ ପାଇଁ ଦାବିଦାର ନାହିଁ ବୋଲି ଜୟ ନାରାୟଣ କହିଛନ୍ତି। ସେ କହିଛନ୍ତି ମୁଁ ଦାବି କରେ ନାହିଁ, କି ମନ୍ତ୍ରୀ ହେବି ବୋଲି ଆଗ୍ରହ ମଧ୍ୟ ନାହିଁ । ମନ୍ତ୍ରୀ ପଦ ଦିଆଗଲେ ସେତେବେଳେ ଦେଖାଯିବ ବୋଲି କହିଛନ୍ତି ଜୟନାରାୟଣ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା