ରାଜ୍ୟରେ ଇନ୍ଧନ ସଙ୍କଟ ଆଶଙ୍କା, ଡ୍ରାଇଭର ଆନ୍ଦୋଳନ ଯୋଗୁ ପେଟ୍ରୋଲ- ଡିଜେଲ ଯୋଗାଣ ବାଧାପ୍ରାପ୍ତ
ଭୁବନେଶ୍ୱର, 9 ଜୁଲାଇ (ହି.ସ.) - ଓଡିଶାରେ ହଜାର ହଜାର ବାଣିଜ୍ୟିକ ଗାଡି ଡ୍ରାଇଭରଙ୍କ ଅନିଶ୍ଚିତକାଳ ଧାରଣା ଯୋଗୁ ରାଜ୍ୟରେ ପେଟ୍ରୋଲ୍, ଡିଜେଲ୍ ଓ ଏଲପିଜି ଯୋଗାଣ ଭୟଙ୍କର ଭାବେ ପ୍ରଭାବିତ ହେଉଛି, ଯାହା ଫଳରେ ଇନ୍ଧନ ସଂକଟ ଗଭୀର ରୂପ ନେବାର ଆଶଙ୍କା ଦେଖାଦେଇଛି। ଉତ୍କଳ ପେଟ୍ରୋଲିୟମ
ରାଜ୍ୟରେ ଇନ୍ଧନ ସଙ୍କଟ     ଆଶଙ୍କା, ଡ୍ରାଇଭର ଆନ୍ଦୋଳନ ଯୋଗୁ ପେଟ୍ରୋଲ- ଡିଜେଲ ଯୋଗାଣ ବାଧାପ୍ରାପ୍ତ


ଭୁବନେଶ୍ୱର, 9 ଜୁଲାଇ (ହି.ସ.)

- ଓଡିଶାରେ

ହଜାର ହଜାର ବାଣିଜ୍ୟିକ ଗାଡି ଡ୍ରାଇଭରଙ୍କ ଅନିଶ୍ଚିତକାଳ ଧାରଣା ଯୋଗୁ ରାଜ୍ୟରେ ପେଟ୍ରୋଲ୍, ଡିଜେଲ୍ ଓ ଏଲପିଜି ଯୋଗାଣ ଭୟଙ୍କର ଭାବେ ପ୍ରଭାବିତ ହେଉଛି, ଯାହା ଫଳରେ ଇନ୍ଧନ ସଂକଟ ଗଭୀର ରୂପ ନେବାର ଆଶଙ୍କା ଦେଖାଦେଇଛି।

ଉତ୍କଳ ପେଟ୍ରୋଲିୟମ

ଡିଲର୍ସ ଆସୋସିଏସନ୍‌ର ସମ୍ପାଦକ ସଂଜୟ ଲାଠ କହିଛନ୍ତି ଯେ, ଗତ ଦୁଇ ଦିନରୁ ପେଟ୍ରୋଲ ପମ୍ପରେ ଇନ୍ଧନ ଭର୍ତ୍ତି ଟ୍ୟାଙ୍କର

ପହଂଚିପାରିନି ।

ସେ କହିଛନ୍ତି ଯେ, ଗତ ୪୮ ଘଣ୍ଟା ଧରି କୌଣସି ଇନ୍ଧନ ଟ୍ୟାଙ୍କର୍ ପେଟ୍ରୋଲ ପମ୍ପରେ

ପହଞ୍ଚିନାହିଁ। ଯଦି ଆଜି ଟ୍ୟାଙ୍କର ଆସିବନି, ତେବେ ଆସନ୍ତାକାଲି ଠାରୁ ରାଜ୍ୟରେ ଇନ୍ଧନ ସଂକଟ ଦେଖାଦେବ। ଅନେକ

ପେଟ୍ରୋଲ ପମ୍ପ ଖାଲି ହୋଇସାରିଲାଣି ।

ପାରାଦୀପ, ବାଲେଶ୍ୱର, ଜଟଣୀ ଓ ଝାରସୁଗୁଡ଼ାର ମୁଖ୍ୟ ଇନ୍ଧନ ଡିପୋଗୁଡ଼ିକ ଧାରଣା ଯୋଗୁ

ବନ୍ଦ ଅଛି। ପରିସ୍ଥିତି ସାମାନ୍ୟ ନ ହେଲେ, ପ୍ରଶାସନ ପୋଲିସ୍ ବଳ ସହଯୋଗରେ ଇନ୍ଧନ ଯୋଗାଣ ପୁନଃ ସ୍ଥାପିତ କରିବା

ସଂପର୍କରେ ବିଚାର କରିପାରେ।

ଏହି ବିକ୍ଷୋଭ ଓଡ଼ିଶା

ଡ୍ରାଇଭର୍ସ୍ ମହାସଂଘ ପକ୍ଷରୁ ଦିଆଯାଇଛି, ଯାହା ଫଳରେ ସାରା ରାଜ୍ୟରେ ସାର୍ବଜନୀନ ପରିବହନ ଓ ଆବଶ୍ୟକୀୟ ଯୋଗାଣ

ଶୃଙ୍ଖଳା ଠପ୍ ହୋଇପଡ଼ିଛି। ବସ୍‌, ଟ୍ରକ୍‌, ଭ୍ୟାନ୍ ଓ ଟ୍ୟାକ୍ସି ଚାଳକମାନେ 'କ୍ୱିଟ୍‌ ଷ୍ଟିୟରିଂ' ଆନ୍ଦୋଳନରେ ଅଂଶଗ୍ରହଣ କରି ଯାନ ଚଳାଚଳ ବନ୍ଦ କରିଦେଇଛନ୍ତି।

ରାଜ୍ୟ ସରକାରଙ୍କ ସହିତ

ହେଉଥିବା ଆଲୋଚନାରେ ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳିନିଏବଂ ଫଳରେ ପରିସ୍ଥିତି ଗଭୀର ହେବାର ଆଶଙ୍କା ବଢ଼ିଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande