ଦୟା ନଦୀ ପାଣି ବ୍ୟବହାର ଯୋଗୁ କଣାସରେ ବ୍ୟାପୁଛି ଝାଡ଼ାବାନ୍ତି
ଭୁବନେଶ୍ୱର, ୦୯ ଜୁଲାଇ (ହି.ସ.) - କଣାସରେ ଝାଡ଼ାବାନ୍ତି ବ୍ୟାପିବାର ମୁଖ୍ୟ କାରଣ ହେଉଛି ଦୟା ନଦୀ। ଦୟା ନଦୀ ପାଣି ବ୍ୟବହାର ଯୋଗୁ ଝାଡ଼ାବାନ୍ତି ବ୍ୟାପୁଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ସ୍ୱାସ୍ଥ୍ୟ ବିଭାଗ ଟିମ୍ ଜଟଣୀ ରାଣୀପୁରରେ ପହଂଚ
ଦୟା ନଦୀ ପାଣି ବ୍ୟବହାର ଯୋଗୁ କଣାସରେ ବ୍ୟାପୁଛି ଝାଡ଼ାବାନ୍ତି


ଭୁବନେଶ୍ୱର, ୦୯ ଜୁଲାଇ (ହି.ସ.) - କଣାସରେ ଝାଡ଼ାବାନ୍ତି ବ୍ୟାପିବାର ମୁଖ୍ୟ କାରଣ ହେଉଛି ଦୟା ନଦୀ। ଦୟା ନଦୀ ପାଣି ବ୍ୟବହାର ଯୋଗୁ ଝାଡ଼ାବାନ୍ତି ବ୍ୟାପୁଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ସ୍ୱାସ୍ଥ୍ୟ ବିଭାଗ ଟିମ୍ ଜଟଣୀ ରାଣୀପୁରରେ ପହଂଚିଛନ୍ତି । ନମୂନା ସଂଂଗ୍ରହ କରାଯାଇଛି ଏବଂ ରିପୋର୍ଟ ଆସିବା ପରେ କାରଣ ଜଣାପଡ଼ିବ। ଦୟା ନଦୀ ପାଣି ବ୍ୟବହାର ନ କରିବାକୁ ମାର୍ଗଦର୍ଶିକା ଜାରି ହୋଇଛି। ଲୋକମାନେ ରୋଷେଇ ଓ ପିଇବାରେ ନଦୀ ପାଣି ବ୍ୟବହାର ନ କରିବାକୁ ଅପିଲ କରିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande