ଚରମ୍ପା ମହାବିଦ୍ୟାଳୟରେ ମାନସିକ ସୁସ୍ଥତା କର୍ମଶାଳା
ଭଦ୍ରକ, ୧୨ ଅଗଷ୍ଟ (ହି.ସ.) - ଭଦ୍ରକ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ର ଆନୁକୁଲ୍ୟରେ ଚରମ୍ପା କଲେଜ ପରିସରେ ମାନସିକ ଅବସାଦ ନିରାକରଣ ସମ୍ବନ୍ଧିତ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି। ପ୍ରତିଯୋଗିତାମୂଳକ ସମାଜରେ ଲକ୍ଷ୍ୟହାସଲରେ ବିଫଳତା, ଚାକିରି, ବ୍ୟବସାୟ, ବୃତିଗତ କ୍ଷେତ୍ରରେ ସଫଳତା ଅଭାବରେ ମାନସିକ ଅବସାଦ
CHARAMPA COLLEGE KARMASALA


ଭଦ୍ରକ, ୧୨ ଅଗଷ୍ଟ (ହି.ସ.) - ଭଦ୍ରକ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ର ଆନୁକୁଲ୍ୟରେ ଚରମ୍ପା କଲେଜ ପରିସରେ ମାନସିକ ଅବସାଦ ନିରାକରଣ ସମ୍ବନ୍ଧିତ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି। ପ୍ରତିଯୋଗିତାମୂଳକ ସମାଜରେ ଲକ୍ଷ୍ୟହାସଲରେ ବିଫଳତା, ଚାକିରି, ବ୍ୟବସାୟ, ବୃତିଗତ କ୍ଷେତ୍ରରେ ସଫଳତା ଅଭାବରେ ମାନସିକ ଅବସାଦ ସୃଷ୍ଟି ହେବା ସ୍ୱାଭାବିକ ଘଟଣା। ମାନସିକ ଚାପ ସହ୍ୟ ନକରିପାରି ବ୍ୟକ୍ତି ଆତ୍ମହତ୍ୟାର ଆଶ୍ରୟ ନେଉଥିବା ଦୁଃଖଦ ଘଟଣାମାନ ସମାଜରେ ବଢିବଢ଼ି ଚାଲିଛି। ଏହାର କାରଣ ଓ ପ୍ରତିକାର ସମ୍ବନ୍ଧରେ ଏକ ସଚେତନତା କାର୍ଯ୍ୟକ୍ରମ କଲେଜର ଅଧ୍ୟକ୍ଷ ଅମରେନ୍ଦ୍ର ଦାସଙ୍କ ସଭାପତିତ୍ୱରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମନସ୍ତତ୍ୱବିତ୍ ଡାକ୍ତର ଲୋନି ଲିଓନି ବେହେରା, ନିମନ୍ତ୍ରିତ ମୁଖ୍ୟ ଅତିଥି ଅବସରପ୍ରାପ୍ତ ପ୍ରାଧ୍ୟାପକ ସଂଗ୍ରାମ କିଶୋର ମହାନ୍ତି ଆଲୋଚନା କରିଥିଲେ। ଶତାଧିକ ଛାତ୍ରଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ସଂଯୋଜକ ଦେବେନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥଲେ। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande