ଘଣ୍ଟାଏ ବର୍ଷାରେ ରାସ୍ତାରେ ଆଣ୍ଠୁଏ ପାଣି
Bhubaneswar, 12 ଅଗଷ୍ଟ (ହି.ସ.) ଜୟପୁର ମାତ୍ର ଘଣ୍ଟାଏ ମୂଷଳଧାରାର ବର୍ଷାରେ ବିଗିଡି ଯାଇଥିଲା ସହରର ସ୍ଥିତି। ସହର ତଳି ବସ୍ତିରେ ଅଧିକା˚ଶ ଘରେ ବର୍ଷା ପାଣି ଲହଡି ମାରିଥିଲା। ସବୁଠି ବେଶି କ୍ଷତିଗ୍ରସ୍ତ ହୋଇଥିଲେ ସିନେମା ସାହି, ନୂଆସାହି ୫ମ ଲାଇନର ବାସିନ୍ଦା। ବର୍ଷାରେ ଜୟପୁର ମୁଖ୍ୟରାସ୍ତା ଓ
ଘଣ୍ଟାଏ ବର୍ଷାରେ ରାସ୍ତାରେ ଆଣ୍ଠୁଏ ପାଣି


Bhubaneswar, 12 ଅଗଷ୍ଟ (ହି.ସ.)

ଜୟପୁର

ମାତ୍ର ଘଣ୍ଟାଏ ମୂଷଳଧାରାର ବର୍ଷାରେ ବିଗିଡି ଯାଇଥିଲା ସହରର ସ୍ଥିତି। ସହର ତଳି ବସ୍ତିରେ ଅଧିକା˚ଶ ଘରେ ବର୍ଷା ପାଣି ଲହଡି ମାରିଥିଲା। ସବୁଠି ବେଶି କ୍ଷତିଗ୍ରସ୍ତ ହୋଇଥିଲେ ସିନେମା ସାହି, ନୂଆସାହି ୫ମ ଲାଇନର ବାସିନ୍ଦା। ବର୍ଷାରେ ଜୟପୁର ମୁଖ୍ୟରାସ୍ତା ଓ ଏନକେଟି ରୋଡ ରେ ଏକ ଘଣ୍ଟାରୁ ଅଧିକ ସମୟ ରାସ୍ତା ଉପରେ ଆଣ୍ଠୁଏ ଲେଖାଏଁ ପାଣି ଜମି ରହିଥିଲା। ଦୈନିକ ବଜାର, ଗାନ୍ଧୀଛକ, ଜଉନଗର ଅଞ୍ଚଳର ଘରେ ବର୍ଷା ପାଣି ପଶି ଘରର ଆସବାବ ପତ୍ର ଭିଜି ନଷ୍ଟ ହୋଇଯାଇଥିଲା। ଜୟପୁର ମୁଖ୍ୟରାସ୍ତା ମହାରାଜା ହୋଟେଲ ପାଖ ଓ ମଧୁମତି ହୋଟେଲ ଓ କେସିସି ବ୍ୟାଙ୍କ ରାସ୍ତାରେ ଆଣ୍ଠୁଏ ଲେଖାଏଁ ବର୍ଷାପାଣି ଜମି ରହିଥିଲା। ରାସ୍ତା ପାଣି ନାଳ ଭିତରକୁ ପଶିବାକୁ କୌଣସି ବ୍ୟବସ୍ଥା କରାଯାଇନଥିବାରୁ ଏହିପରି ସମସ୍ୟା ଉପୁଜିଥିଲା। ଠିକା ସ˚ସ୍ଥା ଓ ବିଭାଗର ଏଭଳି ତୃଟିପୂର୍ଣ୍ଣ କାମ ଯୋଗୁଁ ଆଜି ସହରରେ ଏଭଳି ପରିସ୍ଥିତି ଦେଖାଦେଇଛି। ଅଣଓଷାରିଆ ଡ୍ରେନ ଯୋଗୁଁ ବର୍ଷାଜଳ ସଠିକ ଭାବେ ନିସ୍କାସିତ ହୋଇ ପାରୁନାହିଁ। ପୌରାଧ୍ୟକ୍ଷ ବର୍ଷା ପୂର୍ବରୁ ନାଳ ଗୁଡିକ ସଫା କରିବା ପାଇଁ ସହରବାସୀଙ୍କୁ ପ୍ରତିଶୃତି ଦେଇଥିଲେ କିନ୍ତୁ ଆଜି ସନ୍ଧ୍ୟା ୬ଟାରୁ ରାତି ପ୍ରାୟ ସାଢେ ୮ଘଣ୍ଟା ପର୍ଯ୍ୟନ୍ତ ଚାଲିଥିବା ଅସରାୟ ବର୍ଷାରେ ନାଳ ନର୍ଦ୍ଧମାର ପାଣି ରାସ୍ତା ଉପରକୁ ଚାଲି ଆସିଛି। ଯାହା ଫଳରେ ରାସ୍ତାରେ କୃତିମ ବନ୍ୟାଭଳି ମନେହେଉଛି।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande