Bhubaneswar, 12 ଅଗଷ୍ଟ (ହି.ସ.)
ଜୟପୁର
ଜୟପୁର ସଦର ପୋଲିସ ଥାନା ରେ ଦୁଇ ଗୋଷ୍ଠି ମଧ୍ୟରେ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ପୋଲିସ ଦୁଇଟି ମାମଲା ରୁଜୁ କରି ଉଭୟ ଗେଷ୍ଠିରୁ ୬ ଜଣ ଅଭିଯୁକ୍ତ କୁ ଗିରଫ କରିଛି । ଯୁବକକୁ ମରାଣନ୍ତକ ଆକ୍ରମଣ ମାମଲା ରେ ୫ ଅଭିଯୁକ୍ତ କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ କୁସୁମପୁଟ ଗ୍ରାମର ରାଜା ଏଲିୟସ ସୁଧିର ହରିଜନ (୨୮), ବାବୁଲା ଏଲିୟସ ସହଦେବ ହରଜିନ (୪୨) ବିଶାଳ ଏଲିୟସ ଭବ ବାନ ହରିଜନ (୨୫) , ଶଙ୍କର ହରିଜନ (୨୫) ସୁରେଶ ହରିଜନ (୨୩ ) , ଅନ୍ୟ ଏକ ଗୋଷ୍ଠିରୁ ଜଣକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲା ଝୀକରଗୁଡା ଗ୍ରାମର ଭକ୍ତ ନାୟକ । ସୁଚନା ଅନୁଯାଇ ି ଜୟପୁର ସଦର ଥାନା ଅନ୍ତର୍ଗତ ଝିକରଗୁଡା ଗ୍ରାମର ଭକ୍ତ ନାୟକ ଲିଖିତ ଅଭିଯୋଗ କରିଛନ୍ତି । ସେ ଝିକରଗୁଡା ଗ୍ରାମର ଘରକୁ ଯାଉଥିବା ବେଳେ କୁସୁମପୁଟ ଗ୍ରାମର ୧୫ ରୁ ୨୦ ଜଣ ବୁବୁତ୍ତ ଡକାୟତି ଉଦ୍ୟମ କରିଥିଲେ । ମାରଣାସ୍ତ୍ର ଧରି ଭକ୍ତକୁ ଆକ୍ରମଣ କରିଥିଲେ । ଫଳରେ ଭକ୍ତର ମୁଣ୍ଡରେ ପ୍ରବଳ ଆଘାତ ଲାଗିଥିଲା ଓ ହାତର ଆଙ୍କୁଠି ମଧ୍ୟ କଟିଯାଇ ଥିବା ଲିଖିତ ଅଭିଯୋଗ କରିଛନ୍ତି । ଅଭି ଯୋଗକୁ ଭିତ୍ତି କରି ପୋଲିସ ୨୨୪/୨୫ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ତଦନ୍ତ ରେ ଜାଣି ୫ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବିଷୟ ସଦର ଥାନା ଅଧିକାରି ସଚିନ୍ଦ୍ର ପ୍ରଦାନ ସୁଚନା ଦେଇଛନ୍ତି । ସେହପରି ଜଗନ୍ନାଥପୁରର ଶଙ୍କର ହରିଜନ ଲିଖିତ ଅଭିଯୋଗ କରିଛନ୍ତି । କେନାଲ ନିକଟରେ ଆକ୍ରମଣ କରିଥିଲେ । ଫଳରେ ରକ୍ତ ତ୍ସାବ ହେଲା । ଏମିତି କି ସାଙ୍ଗ ମାନଙ୍କୁ ମଧ୍ୟ ଲୁହା ଛତ ଓ ବିୟର ବୋତେଲ ରେ ମଧ୍ୟ ଆକ୍ରମଣ କରିଥିଲେ । ସେ ମାନେ ମଧ୍ୟ ଆହାତ ହୋଇଛନ୍ତି । ଅଭିଯୋଗ କୁ ଭିତ୍ତି କରି ୨୨୫/୨୫ ମାମଲା ରୁଜୁ କରିଛି । ୬ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବିଷୟ ଜୟପୁର ସଦର ଥାନା ଅଧିକାରି ସଚିନ୍ଦ୍ର ପ୍ରଧାନ ସୁଚନା ଦେଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି