ଭୁବନ, ୧୩ ଅଗଷ୍ଟ (ହି.ସ.) - ଭୁବନ ବାଜି ରାଉତ ସ୍ମୃତି ମହାବିଦ୍ୟାଳୟରେ ସରକାରଙ୍କ ନିର୍ଦ୍ଧେଶ ମୁତାବକ ନିଶା ମୁକ୍ତ ଭାରତ ଅଭିଯାନ ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଭାତ ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଇତିହାସ ବିଭାଗ ଅଧ୍ୟାପକ ପ୍ରଫୁଲ୍ଲ କୁମାର ଭୂୟାଁ , ପ୍ରଭାତ କୁମାର ଜେନା,ମୁଖ୍ୟ କିରାଣୀ କୈଳାସ ଚନ୍ଦ୍ର ବେହେରା ଉପସ୍ଥିତ ରହି ନିଜେ ନିଶାମୁକ୍ତ ହେବା ସହ ସାରା ଭାରତ ବର୍ଷକୁ ନିଶା ମୁକ୍ତ କରିବାକୁ ଆହ୍ୱାନ ଦେଇଥିଲେ । ସମସ୍ତ ଅଧ୍ୟାପକ, ଅଧ୍ୟାପିକା କର୍ମଚାରୀ ,ଛାତ୍ର ଛାତ୍ରୀ ମାନେ ଏଥିପାଇଁ ଶପଥ ଗ୍ରହଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ