ମାଲକାନଗିରି,୧୩ ଅଗଷ୍ଟ (ହି.ସ.) - ଉତ୍କଳ ସମ୍ବାଦିକ ସଂଘ ମାଲକାନଗିରି ଜିଲ୍ଲା ଶାଖା ଅନ୍ତର୍ଗତ କାଲିମେଳା ଓ ପଡିଆ ବ୍ଲକର ନୂତନ ସଭାପତି ଭାବେ ଟି ସତ୍ୟନାରାୟଣ ସୁବୁଦ୍ଧି ସର୍ବସମ୍ମତି କ୍ରମେ ମନୋନୀତ ହୋଇଛନ୍ତି। ଏଥିସହ ନୂତନ ସମ୍ପାଦକ ଭାବେ ଯୁବ ସାମ୍ବାଦିକ ସୌରଭ ମଣ୍ଡଳ ଓ କୋଷାଧ୍ୟକ୍ଷ ଭାବେ ପ୍ରଭାତ କୁମାର ଶାହା ମନୋନୀତ ହୋଇଛନ୍ତି। ଏହି ଅବସରରେ କାଲିମେଳା ସ୍ଥିତ ଆରଏମସି ମଣ୍ଡି ଠାରେ ଏକ ସାଧାରଣ ପରିଷଦ ବୈଠକର ଆୟୋଜନ କରା ଯାଇଥିଲା। ଏହି ବୈଠକରେ ଉତ୍କଳ ସମ୍ବାଦିକ ସଂଘ ମାଲକାନଗିରି ଜିଲ୍ଲା ସଭାପତି ଅଶୋକ ମିଶ୍ର, ସମ୍ପାଦକ ବି ଶ୍ରୀନିବାସ ପାତ୍ର, ସଂଘର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନୃସିଂହ ଚରଣ ମହାନ୍ତି, କୋଷାଧ୍ୟକ୍ଷ ହୃଷୀକେଶ ସେଠୀ, ମନୋଜ ଶାହା, ଦିଲୀପ ପଟ୍ଟନାୟକ, ମାଣିକ ବାଛାଡ, ରାହୁଲ ଗୋଲୋରୀ, କିରଣ କୁମାର ପ୍ରମୁଖ ଉପସ୍ଥିତ ଥିଲେ। ଉତ୍କଳ ସମ୍ବାଦିକ ସଂଘ ଜିଲ୍ଲାରେ ଦୀର୍ଘ ବର୍ଷ ଧରି ନିଜର ଦୃଢ଼ତା ବଜାଇ ରଖିଥିବା ବେଳେ ବ୍ଲକ ସ୍ତରର ନେତୃତ୍ୱ ସ୍ରୁଷ୍ଟି ସହ ସଂଘକୁ ମଜବୁତ୍ କରାଯିବ ବୋଲି ବୈଠକରେ ଆଲୋଚନା ହୋଇଥିଲା। ଏହି ଅବସରରେ କାଲିମେଳା ଓ ପଡ଼ିଆ ବ୍ଲକର ନେତୃବୃନ୍ଦ ଚୟନ ପ୍ରକ୍ରିୟା କରାଯାଇଥିଲା। ନୂତନ ସଭାପତି ଭାବେ ଚୟନ ହେବା ପରେ କାଲିମେଳା ଓ ପଡ଼ିଆ ବ୍ଲକ ସମେତ ଜିଲ୍ଲା ସ୍ତରରେ ସାମ୍ବାଦିକଙ୍କ ସୁରକ୍ଷା ଦିଗରେ ପ୍ରାଥମିକତା ଦେବେ ବୋଲି ଶ୍ରୀ ସୁବୁଦ୍ଧି ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଉତ୍କଳ ସମ୍ବାଦିକ ସଂଘର ଜିଲ୍ଲା କାର୍ଯ୍ୟକାରୀ ସଦସ୍ୟ କେ ଭାସ୍କର ରାଓ ଓ ଜିଲ୍ଲା ଉପସଭାପତି ପ୍ରଶାନ୍ତ କୁମାର ସାହୁ ପରିଚାଳନା କରିଥିବା ବେଳେ ଏହି କାର୍ଯ୍ୟକ୍ରମରେ କୁଞ୍ଜ ବିହାରୀ ଶେଠୀ, ଶିବବ୍ରତ ଦାଶ, ବିଦ୍ୟୁତ ବୈରାଗୀ, ଦୀପକ ମହାରଣା, ରାଜେସ ଓଝା, ସୁଜିତ ମୁଖାର୍ଜୀ, ଭିକି ବାରିକ, ଗୋବିନ୍ଦ, ଏନ ରବି କୁମାର, ଆଶିଷ ବାଇନ, ରାଜେସ ପାତ୍ର, ବୁଦ୍ଧଦେବ ମଣ୍ଡଳ, ଆଜର ଉଦିନ, ନିସାର ଖାନ, ଅନୋକ ଚିନମ, ରଞ୍ଜିତ ମଣ୍ଡଳ, ଉତମ ରାୟ, ଚିରଞ୍ଜିତ ସରକାର, ପୂର୍ଣିମା ସେଠୀ, ରମେଶ ପାତ୍ର, ପ୍ରେମାନନ୍ଦ ହାଲଦାରଙ୍କ ସମେତ କାଲିମେଳା ଓ ପଡିଆ ବ୍ଲକର ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ