କାଳିସୀ ଲାଗିଥିବା ଦୁଇ ମହିଳାଙ୍କ ବେତ ମାଡରେ ୨ ନାବାଳିକା ଗୁରୁତର : ୪ଜଣ ଗିରଫ
ଧର୍ମଶାଳା,୧୩ ଅଗଷ୍ଟ(ହି.ସ.) - ଯାଜପୁର ଜିଲା ଜେନାପୁର ଥାନା ଅନ୍ତର୍ଗତ ପନ୍ତୁରୀ ଗ୍ରାମ ନିକଟସ୍ଥ ଏକ ମନ୍ଦିରରେ ପୂଜା ସହ ଗଣିଗାରେଡି ଘଟଣାରେ ୨ ଜଣ ନାବାଳିକାଙ୍କ ସହ ତାଙ୍କ ପରିବାର ଲୋକଙ୍କୁ ମାଡ ମାରି ଲହୁଲୁହାଣ କରିବା ଘଟଣାରେ ପୋଲିସ ୨ ଜଣ ମହିଳା ଓ ଅନ୍ୟ ଦୁଇ ସହଯୋଗୀଙ୍କୁ ଗିରଫ କରି କୋର୍ଟ ଚାଲା
କାଳିସୀ ଲାଗିଥିବା ଦୁଇ ମହିଳାଙ୍କ ବେତ ମାଡରେ ୨ ନାବାଳିକା ଗୁରୁତର : ୪ଜଣ ଗିରଫ


ଧର୍ମଶାଳା,୧୩ ଅଗଷ୍ଟ(ହି.ସ.) - ଯାଜପୁର ଜିଲା ଜେନାପୁର ଥାନା ଅନ୍ତର୍ଗତ ପନ୍ତୁରୀ ଗ୍ରାମ ନିକଟସ୍ଥ ଏକ ମନ୍ଦିରରେ ପୂଜା ସହ ଗଣିଗାରେଡି ଘଟଣାରେ ୨ ଜଣ ନାବାଳିକାଙ୍କ ସହ ତାଙ୍କ ପରିବାର ଲୋକଙ୍କୁ ମାଡ ମାରି ଲହୁଲୁହାଣ କରିବା ଘଟଣାରେ ପୋଲିସ ୨ ଜଣ ମହିଳା ଓ ଅନ୍ୟ ଦୁଇ ସହଯୋଗୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ।ସେମାନେ ହେଲେ ପନ୍ତୁରୀ ଗ୍ରାମର ସୁବାସ ଦେଉରୀ,ଗେଡି ଦେଉରୀ ,ବ୍ରହ୍ମବରଦା ଥାନା ଅନ୍ତର୍ଗତ ଚାରିଗାରପୁର ଗ୍ରାମର ଅଭିମନ୍ୟୁ ଓଝା ଓ ସ୍ଥାନୀୟ ଆଦାମପୁର ଗ୍ରାମର ତୁଳସୀ ମହାକୁଡ ବୋଲି ଜଣାପଡିଛି ।

ଚିକିତ୍ସା ଦ୍ୱାରା ବହୁ ରୋଗ ଭଲ ହୋଇ ପାରୁଛି । ତଥାପି କେତେକ ଲୋକେ ପୂଜାପାଠ ଓ ଗୁଣିଗାରେଡିର ବିଶ୍ୱାସ କରୁଛନ୍ତି । ଏହି ଗୁଣିଗାରେଡି ଘଟଣାରେ ଦୁଇ ଭଉଣୀଙ୍କ ଉପରେ ଅକଥନୀୟ ଅତ୍ୟାଚାର ଓ ମାଡ ମରା ଯାଉଛି । ଜେନାପୁର ଥାନା ଅନ୍ତର୍ଗତ ପନ୍ତୁରୀ ଗ୍ରାମର ପ୍ରଶାନ୍ତ ଲେଙ୍କା,ତାଙ୍କ ଦୁଇ ଝିଅଙ୍କ ଦେହ ଖରାପ ଥିଲା । ସେମାନେ ମେଡିକାଲରେ ନିରାଶ ହୋଇ ଫେରିବା ପରେ ଗାଁ ମନ୍ଦିରରେ ଶରଣ ପଶି ଥିଲେ । ମନ୍ଦିରରେ ଦୁଇ ଜଣ ମହିଳାଙ୍କୁ କାଳିସୀ ଲାଗିଥିବା ସମୟରେ ପ୍ରଶାନ୍ତଙ୍କ ୨ଝିଅଙ୍କୁ ଝଡାଫୁଙ୍କା କରିବା ସହ ବେତରେ ମାଡ ମାରିଥିଲେ । ବେତରେ ପିଠି ଫାଟି ଯିବା ସହ ଏହି ଘଟଣାକୁ ନେଇ ଝିଅକୁ ରକ୍ଷା କରିବା ପାଇଁ ପ୍ରଶାନ୍ତ ଏହି ବେତ ମାଡର ଶିକାର ହୋଇଥିଲେ । ଦୁଇ ଝିଅ ଗୁରୁତର ହେବାରୁ ତାଙ୍କୁ ତୁରନ୍ତ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆ ଯାଇଥିଲା । ଏହି ଘଟଣାକୁ ନେଇ ଜେନାପୁର ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣାସ୍ଥଳରେ ପଂହଚି ୨ ଜଣ ମହିଳାଙ୍କ ସମେତ ୨ ପୁରୁଷ ସହଯୋଗୀଙ୍କୁ ଥାନାରେ ଅଟକ ରଖିଥିଲା । ତେବେ ବୁଧବାର କେସ୍ ନଂ ୨୫୮ା୨୫ରେ କୋର୍ଟ ଚାଲାଣ କରାଯାଇଥିବା ଜେନାପୁର ଥାନା ଅଧିକାରିଣୀ ନିରୂପମା ଜେନା ସୂଚନା ଦେଇଛି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande