ଦିଲ୍ଲୀର ଡିପିଏସ୍ ଦ୍ୱାରକାରେ ବୋମା ଧମକ
ନୂଆଦିଲ୍ଲୀ, ୧୮ ଅଗଷ୍ଟ (ହି.ସ.)- ଜାତୀୟ ରାଜଧାନୀ ଦିଲ୍ଲୀର ଦ୍ୱାରକାରେ ଅବସ୍ଥିତ ଦିଲ୍ଲୀ ପବ୍ଲିକ୍ ସ୍କୁଲ (ଡିପିଏସ୍)କୁ ସୋମବାର ସକାଳେ ବୋମା ଧମକ ଫୋନ୍ ପାଇବା ପରେ ଖାଲି କରାଯାଇଥିଲା। ଅଗ୍ନିଶମ ବିଭାଗ ଅନୁଯାୟୀ, ସକାଳ ପ୍ରାୟ ୭:୨୪ ସମୟରେ ଡିପିଏସ୍ ଦ୍ୱାରକାରେ ବୋମା
ଦିଲ୍ଲୀର ଡିପିଏସ୍ ଦ୍ୱାରକାରେ ବୋମା ଧମକ


ନୂଆଦିଲ୍ଲୀ, ୧୮ ଅଗଷ୍ଟ (ହି.ସ.)-

ଜାତୀୟ ରାଜଧାନୀ ଦିଲ୍ଲୀର ଦ୍ୱାରକାରେ ଅବସ୍ଥିତ ଦିଲ୍ଲୀ ପବ୍ଲିକ୍ ସ୍କୁଲ (ଡିପିଏସ୍)କୁ ସୋମବାର

ସକାଳେ ବୋମା ଧମକ ଫୋନ୍ ପାଇବା ପରେ ଖାଲି କରାଯାଇଥିଲା। ଅଗ୍ନିଶମ ବିଭାଗ ଅନୁଯାୟୀ, ସକାଳ ପ୍ରାୟ ୭:୨୪ ସମୟରେ ଡିପିଏସ୍ ଦ୍ୱାରକାରେ ବୋମା

ଧମକ ଫୋନ୍ ଆସିଥିଲା। ତିନୋଟି ଦମକଳ ଗାଡ଼ି ପଠାଯାଇଥିଲା।କୁହାଯାଉଛି ଯେ କର୍ତ୍ତୃପକ୍ଷ

ସତର୍କତାମୂଳକ ସ୍କୁଲ ପରିସର ଖାଲି କରିଦେଇଥିଲେ। ଖୋଜାଖୋଜି ପାଇଁ ପୋଲିସ ଏବଂ ବୋମା

ନିଷ୍କ୍ରିୟକାରୀ ଦଳକୁ ଡକାଯାଇଥିଲା। ବର୍ତ୍ତମାନ ଖୋଜାଖୋଜି ଅଭିଯାନ ଚାଲିଛି।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande