ଗଂଜାମ, ୧୮ ଅଗଷ୍ଟ (ହି.ସ.)- ଗତକାଲି ବିଳମ୍ବିତ ରାତିରେ ବ୍ରହ୍ମପୁର ଏମକେସିଜି ମେଡିକାଲ୍ କଲେଜ ରୋଗୀ ନିଦାନ ତଳମହଲା କୋଠାରେ ବିଦ୍ଯୁତ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟି ବୈଦ୍ୟୁତିକ ଯନ୍ତ୍ରପାତି ସହ ବହୁ ରାସାୟନିକ ପଦାର୍ଥ ପୋଡି ନଷ୍ଟ ହୋଇଛି । ଏସିରୁ ନିର୍ଗତ ଗ୍ଯାସରୁ କିଛି କର୍ମଚାରୀ ଅସୁସ୍ଥ ହୋଇ ଚିକିତ୍ସିତ ହେଉଛନ୍ତି । ବ୍ରହ୍ମପୁର ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ