ବ୍ରହ୍ମପୁର ଏମକେସିଜି ମେଡିକାଲରେ ଅଗ୍ନିକାଣ୍ଡ
ଗଞ୍ଜାମ, ୧୮ ଅଗଷ୍ଟ (ହି.ସ.)- ବ୍ରହ୍ମପୁର ଏମକେସିଜି ମେଡିକାଲରେ ଘଟିଛି ଅଗ୍ନିକାଣ୍ଡ । ମେଡିକାଲର ରୋଗ ନିଦାନ କେନ୍ଦ୍ରରେ ଗତକାଲି ବିଳମ୍ବିତ ରାତିରେ ଘଟିଛି ଅଗ୍ନିକାଣ୍ଡ । ଏସି ସର୍ଟସର୍କିଟ୍ ରୁ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ମୁଖ୍ୟ ପରୀକ୍ଷାଗାର ସହିତ ବାୟୋକେମିକାଲ ସେକ୍ସନରେ ନିଆଁ ଲାଗି
ବ୍ରହ୍ମପୁର ଏମକେସିଜି ମେଡିକାଲରେ ଅଗ୍ନିକାଣ୍ଡ


ଗଞ୍ଜାମ, ୧୮ ଅଗଷ୍ଟ (ହି.ସ.)- ବ୍ରହ୍ମପୁର ଏମକେସିଜି ମେଡିକାଲରେ ଘଟିଛି ଅଗ୍ନିକାଣ୍ଡ । ମେଡିକାଲର ରୋଗ ନିଦାନ କେନ୍ଦ୍ରରେ ଗତକାଲି ବିଳମ୍ବିତ ରାତିରେ ଘଟିଛି ଅଗ୍ନିକାଣ୍ଡ । ଏସି ସର୍ଟସର୍କିଟ୍ ରୁ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ମୁଖ୍ୟ ପରୀକ୍ଷାଗାର ସହିତ ବାୟୋକେମିକାଲ ସେକ୍ସନରେ ନିଆଁ ଲାଗିଛି । ଫଳରେ ବାୟୋ କେମେଷ୍ଟ୍ରି ବିଭାଗର ବିଭିନ୍ନ ରାସାୟନିକ ପଦାର୍ଥ ପୋଡି ପାଉଁଶ ହୋଇଯାଇଛି । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande