ନକଲି ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି
ଗଂଜାମ, 18 ଅଗଷ୍ଟ (ହି.ସ.) ରାଜ୍ୟରେ ନକଲି ଡାକ୍ତରଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାର ନିୟମ ପ୍ରଣିଧାନ କରିଛନ୍ତି। ଏଥିପାଇଁ ଜିଲ୍ଲାସ୍ତରରେ ଆଣ୍ଟିକ୍ୱ।କିରି ସେଲ ସିଡିଏମଓ, ଜିଲାପାଳ ଓ ପୁଲିସ ଏସ୍ପି‌ ପ୍ରଭୃତିକୁ ନେଇ ଗଠନ କରାଯାଇଛି। ଏହି ସେଲ୍ ବିଭିନ୍ନ ଅଞ୍ଚଳରେ ଥ
ନକଲି ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି


ଗଂଜାମ, 18 ଅଗଷ୍ଟ (ହି.ସ.)

ରାଜ୍ୟରେ ନକଲି ଡାକ୍ତରଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାର ନିୟମ ପ୍ରଣିଧାନ କରିଛନ୍ତି। ଏଥିପାଇଁ ଜିଲ୍ଲାସ୍ତରରେ ଆଣ୍ଟିକ୍ୱ।କିରି ସେଲ ସିଡିଏମଓ, ଜିଲାପାଳ ଓ ପୁଲିସ ଏସ୍ପି‌ ପ୍ରଭୃତିକୁ ନେଇ ଗଠନ କରାଯାଇଛି। ଏହି ସେଲ୍ ବିଭିନ୍ନ ଅଞ୍ଚଳରେ ଥିଵା ନକଲି ଡାକ୍ତରଙ୍କ ବିରୁଦ୍ଧରେ‌ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କଥା, କିନ୍ତୁ ଏହି ସେଲ୍ ଗଞ୍ଜାମ ଜିଲ୍ଲାରେ ପୁରା ନିଷ୍କ୍ରିୟ ରହିଥିବା ଜଣାପଡିଛି। ଗଞ୍ଜାମ ଜିଲ୍ଲାର ବିଭିନ୍ନ ପୁରପଲ୍ଲୀରେ ‍ନକଲି ଡାକ୍ତରମାନେ‌ ଛାଇ ହୋଈ‌ ର଼ହିଛନ୍ତି।‌ ତଥାପି ଏମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ। କ୍ୱାକଙ୍କ ଚିକିତ୍ସାରେ‌ ଵହୁଲୋକ‌‌ ପଙ୍ଗୁ‌ ହେଵା ସହ ମୃତ୍ୟୁ ମୁଖରେ ପଡୁଥିଵା ନଜିର ରହିଛି। ‌ ‌‌ଶେରଗଡ‌ ଵ୍ଳକର‌ ପିତଳ ଅଞ୍ଚଳରେ ମଧ୍ୟ ବହୁ ନକଲି ଡାକ୍ତର କ୍ଳିନିକ ଖୋଲି ଚିକିତ୍ସା କରୁଛନ୍ତି। ଶ୍ୟାମ ସୁନ୍ଦର ପଟ୍ଟନାୟକ ନାମକ ‌ଜଣେ ଯୁବକ ନିଜକୁ ଡାକ୍ତରୀ ପୋଷାକରେ ସଜ୍ଜିତ ହୋଇ‌ ରୋଗୀ ଚିକିତ୍ସା କରୁଛନ୍ତି। ପ୍ରାୟ ଦଶବର୍ଷ ପୂର୍ବରୁ ସେ ଏଠାକୁ ଲୋଟା କମ୍ଵଳ ଧରିଆସିଥିଲେ‌ କିନ୍ତୁ ବର୍ତ୍ତମାନ ପିତଳ ଵଜାର, ପିତଳ ଵଡସାହି ଓ ପିତଳ ଛକରେ ଏପରି ‌ବ଼ହୁମୂଲ୍ୟ କୋଠା କରିଛନ୍ତି

ଅଶିକ୍ଷିତ ରୋଗୀଙ୍କୁ‌ ଶୋଷଣ କରିଛନ୍ତି। ହିଞ୍ଜିଳିକାଟୁ ପୁଲିସ ଘଟଣାର ତଦନ୍ତ କଲେ ଏହି ନକଲି ଡାକ୍ତରର‌ ଵହୁ ଅନୈତିକ‌ କାର୍ଯ୍ୟକଳାପର ତଥ୍ୟ ପାଇପାରିବେ ବୋଲି ଜନମତ ପ୍ରକାଶ ପାଉଛି।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande