ବିଜେପି ସରକାରରେ କୌଣସି ଫେକ ବିଲ କିମ୍ବା ଫେକ ଟେଣ୍ଡର ହୋଇପାରିବ ନାହିଁ - ରବି ନାଏକ
ଭୁବନେଶ୍ୱର, 18 ଅଗଷ୍ଟ (ହି.ସ.) ବିଜେପି ସରକାରରେ କୌଣସି ଫେକ ବିଲ କିମ୍ବା ଫେକ ଟେଣ୍ଡର ହୋଇପାରିବ ନାହିଁ । ଯଦି କିଛି ଘଟଣା ସାମ୍ନାକୁ ଆସେ ବିଭାଗ ପଦକ୍ଷେପ ନେବ । କେହି ଧରା ପଡ଼ିଲେ ଦୃଢ଼ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକ ପ୍ରକାଶ କରିଛନ୍ତି । ସେ
ବିଜେପି ସରକାରରେ କୌଣସି ଫେକ ବିଲ କିମ୍ବା ଫେକ ଟେଣ୍ଡର ହୋଇପାରିବ ନାହିଁ - ରବି ନାଏକ


ଭୁବନେଶ୍ୱର, 18 ଅଗଷ୍ଟ (ହି.ସ.) ବିଜେପି ସରକାରରେ କୌଣସି ଫେକ ବିଲ କିମ୍ବା ଫେକ ଟେଣ୍ଡର ହୋଇପାରିବ ନାହିଁ । ଯଦି କିଛି ଘଟଣା ସାମ୍ନାକୁ ଆସେ ବିଭାଗ ପଦକ୍ଷେପ ନେବ । କେହି ଧରା ପଡ଼ିଲେ ଦୃଢ଼ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକ ପ୍ରକାଶ କରିଛନ୍ତି ।

ସେ କହିଛନ୍ତି ଯେ, ଟେକ୍ନିକାଲ ସେକ୍ଟରରେ କିଛି ଏଜେନ୍ସି କାମ କରୁଛନ୍ତି । ବିଗତ ଦିନରେ ବି କାମ କରୁଥିଲେ । ଆଗାମୀ ଦିନରେ ବି କାମ କରିବେ । ଆଇଆଇଟି ଖଡଗପୁର, ଆଇଆଇଟି ରୁର୍କି ଭଳି ବିଭିନ୍ନ ସଂସ୍ଥାକୁ ଡିପିଆର କାମ ଦିଆଯାଉଛି । ଯେଉଁ ସଂସ୍ଥା ଭଲ କରୁଛି ସେ ଡିପିଆର ପ୍ରସ୍ତୁତ କଲେ କାମର ମାନ ବଢିବ ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande