ମାଲକାନଗିରି ଜିଲ୍ଲାରେ ବର୍ଷା ବିତ୍ପାତ : ସ୍କୁଲ, ଅଙ୍ଗନବାଡ଼ି ଛୁଟି ଘୋଷଣା : ବିଭିନ୍ନ ପୋଲ ଉପରେ ଚାଲିଛି ପାଣି, ଯାତାୟାତ ବାଧାପ୍ରାପ୍ତ
ମାଲକାନଗିରି, ୧୮ ଅଗଷ୍ଟ (ହି.ସ.)- ମାଲକାନଗିରି ଜିଲ୍ଲାରେ ରବିବାର ଅପରାହ୍ନରୁ ପ୍ରବଳ ବର୍ଷା ଲାଗି ରହିଛି । ଏନେଇ ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆଜି ପାଇଁ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । ଅନ୍ୟପକ୍ଷରେ ଏହାର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍
ମାଲକାନଗିରି ଜିଲ୍ଲାରେ ବର୍ଷା ବିତ୍ପାତ : ବିଭିନ୍ନ ପୋଲ ଉପରେ ଚାଲିଛି ପାଣି, ଯାତାୟାତ ବାଧାପ୍ରାପ୍ତ


ମାଲକାନଗିରି, ୧୮ ଅଗଷ୍ଟ (ହି.ସ.)- ମାଲକାନଗିରି ଜିଲ୍ଲାରେ ରବିବାର ଅପରାହ୍ନରୁ ପ୍ରବଳ ବର୍ଷା ଲାଗି ରହିଛି । ଏନେଇ ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆଜି ପାଇଁ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । ଅନ୍ୟପକ୍ଷରେ ଏହାର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସୋମବାର ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି, ପ୍ରାଥମିକ ବିଦ୍ୟାଳୟ ଏବଂ କଲେଜ ବନ୍ଦ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାର ସମସ୍ତ ପଂଚାୟତ, ବ୍ଲକ୍ ଓ ତହସିଲ କର୍ମଚାରୀଙ୍କୁ ସଜାଗ ରହିବା ଲାଗି ନିର୍ଦ୍ଦେଶ ରହିଛି । ଯେପରି କୌଣସି ଧନଜୀବନ ହାନି ନହେବ ସେଥିପ୍ରତି ପ୍ରାଥମିକତା ଦେବାକୁ ଜିଲ୍ଲାପାଳ ଜଣାଇଛନ୍ତି ।

ଲଗାଣ ବର୍ଷା ଯୋଗୁଁ ଗତକାଲି ରାତିରେ ମାଲକାନଗିରି ସହରରେ କୃତ୍ରିମ ବନ୍ୟା ପରିସ୍ଥିତି ଦେଖାଦେବା ସହ ବର୍ଷାପାଣି ଲୋକଙ୍କ ଘର ଓ ଦୋକାନରେ ପଶିଯାଇଥିଲା । ଆଜି ସକାଳୁ ମାଲକାନଗିରି -କାଲିମେଳା ୩୨୬ ନମ୍ବର ଜାତୀୟ ରାଜପଥର ପୋଟେରୁ, କାଙ୍ଗୁରୁକୋଣ୍ଡା ଏହି ଦୁଇ ପୋଲ ଉପରେ ୪ରୁ ୫ ଫୁଟ୍ ଉଚ୍ଚରେ ବର୍ଷାଜଳ ପ୍ରବାହିତ ହେଉଛି । ସେହିପରି କାଲିମେଳା ପଡ଼ିଆ ରାସ୍ତାର କନ୍ୟାଶ୍ରମ ପୋଲ ଉପରେ ମଧ୍ୟ ୪ରୁ ୫ ଫୁଟ୍ ଉଚ୍ଚରେ ପାଣି ଚାଲିଛି । ଫଳରେ ଏହିସବୁ ସ୍ଥାନରେ ପୋଲର ଉଭୟ ପଟେ ଶତାଧିକ ଯାନବାହନ ଅଟକି ରହିଛି । ଯେଉଁଥିପାଇଁ ଯାତ୍ରୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଥିସହ ଜିଲ୍ଲାର ବିଭିନ୍ନ ଆଭ୍ୟନ୍ତରିଣ ଅଂଚଳରେ ଥିବା ଛୋଟ ଓ ବଡ ପୋଲ ଉପରେ ବର୍ଷାଜଳ ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ ଲଗାଣ ବର୍ଷା ଯୋଗୁଁ ଶହ ଶହ ହେକ୍ଟର ଧାନଜମି ଜଳମଗ୍ନ ହୋଇଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande