ନିର୍ବାଚନୀ ସଂକଳ୍ପ ପତ୍ରରେ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ପାଇଁ ରାଜ୍ୟ ସରକାର ନେଉଛନ୍ତି ପଦକ୍ଷେପ – ମନ୍ତ୍ରୀ ରବି ନାଏକ
ଭୁବନେଶ୍ୱର, 18 ଅଗଷ୍ଟ (ହି.ସ.) ନିର୍ବାଚନୀ ସଂକଳ୍ପ ପତ୍ରରେ ଦିଆଯାଇଥିବା ପ୍ରତିଶ୍ରୁତି ଗୁଡ଼ିକୁ ପୂରଣ କରିବା ପାଇଁ ବିଜେପି ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । 2036 ସୁଦ୍ଧା ବିକଶିତ ଓଡ଼ିଶା ଗଠନ ଲକ୍ଷ୍ୟ ନେଇ କାମ ହାତକୁ ନିଆଯାଇଛି । 30ରୁ 40 ହଜାର କିମି ରାସ୍ତା ତିଆରି ପାଇଁ ଲକ୍ଷ୍ୟ ରହିଛି
ନିର୍ବାଚନୀ ସଂକଳ୍ପ ପତ୍ରରେ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ପାଇଁ ରାଜ୍ୟ ସରକାର ନେଉଛନ୍ତି ପଦକ୍ଷେପ – ମନ୍ତ୍ରୀ ରବି ନାଏକ


ଭୁବନେଶ୍ୱର, 18 ଅଗଷ୍ଟ (ହି.ସ.) ନିର୍ବାଚନୀ ସଂକଳ୍ପ ପତ୍ରରେ ଦିଆଯାଇଥିବା ପ୍ରତିଶ୍ରୁତି ଗୁଡ଼ିକୁ ପୂରଣ କରିବା ପାଇଁ ବିଜେପି ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । 2036 ସୁଦ୍ଧା ବିକଶିତ ଓଡ଼ିଶା ଗଠନ ଲକ୍ଷ୍ୟ ନେଇ କାମ ହାତକୁ ନିଆଯାଇଛି । 30ରୁ 40 ହଜାର କିମି ରାସ୍ତା ତିଆରି ପାଇଁ ଲକ୍ଷ୍ୟ ରହିଛି । 2029 ସାଧାରଣ ନିର୍ବାଚନ ଆଗରୁ ରାସ୍ତା କାମ ଶେଷ ହେବ । ଏ ନେଇ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ବିଭାଗୀୟ ମନ୍ତ୍ରୀ ରବି ନାରାୟଣ ନାଏକ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, ସେତୁ ବନ୍ଧନ ଯୋଜନାରେ 500 ସେତୁ ନିର୍ମାଣ କରିବାକୁ ଯୋଜନା ଅଛି । ଏହାସହ ବ୍ରିଜ କମ୍ ୱେଲ ମଧ୍ୟ ତିଆରି ହେବ । ଯାହାଦ୍ବାରା ନଦୀ ଜଳ ସଂରକ୍ଷଣ କରାଯାଇପାରିବ । ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପ ମଧ୍ୟ ଆଗକୁ ବଢିବ । ଗୃହ, ସେତୁ, ରାସ୍ତା ଉପରେ ବିଭାଗ ପ୍ରାଥମିକତା ଦେଉଛି ।

ସେ କହିଛନ୍ତି ଯେ 3ଟି ବ୍ୟବସ୍ଥାରେ ରାସ୍ତା ଉନ୍ନତିକରଣ କରାଯିବ । ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ 5 ହଜାର କିମି ରାସ୍ତା ତିଆରି ହେବ, ସିଏମଆରଏଲ ଯୋଜନାରେ କିଛି ରାସ୍ତା ତିଆରି ହେବ । ଏହିଭଳି ଭାବେ ଚଳିତ ବର୍ଷ 8500 କିମି ରାସ୍ତା ତିଆରି ପାଇଁ ବିଭାଗ ଲକ୍ଷ୍ୟ ରଖିଛି ।

ସେ କହିଛନ୍ତି ଯେ, ବିଭାଗୀୟ ଯନ୍ତ୍ରୀ ମାନେ ସବୁ କାମ ନିର୍ଣ୍ଣୟ କରିବେ । ସମୟ ଅବଧି ଭିତରେ କାମ ନସରିଲେ ଅଧିକାରୀ ମାନେ ଦାୟୀ ରହିବେ । ସମୟରେ କାମ ନସାରିଲେ ବିଭାଗ କାର୍ଯ୍ୟନୁଷ୍ଠାନ ନେବ । ପ୍ରକଳ୍ପ କାମ ଅନୁଧ୍ୟାନ କରି ମାସିକିଆ ରିପୋର୍ଟ ଦେବାକୁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ 8 ଜିଲ୍ଲାର 2 ହଜାର କିମି ରାସ୍ତା ତିଆରି ହେବ । ଡିପିଆର ପ୍ରସ୍ତୁତ କରି କେନ୍ଦ୍ରକୁ ଦିଆଯାଇଛି ।

ସେ କହିଛନ୍ତି ଯେ ପୂର୍ବ ସରକାର ସମୟରେ ନିର୍ମାଣ ହୋଇଥିବା ପାଖାପାଖି 20ଟି ବ୍ରିଜ ଲୋକଙ୍କ କାମରେ ଆସୁନାହିଁ । କେବଳ ରାଜନୈତିକ ଉଦ୍ଦେଶ୍ୟ ରଖି ବ୍ରିଜ ଗୁଡ଼ିକ ତିଆରି ହୋଇଥିଲା ବୋଲି ସେ କହିଛନ୍ତି । ତେଣୁ ଏବେ ବର୍ଷା ସମୟରେ ସେହି ସ୍ଥାନ ଗୁଡିକରେ ଲୋକଙ୍କ ଯିବା ଆସିବା ବ୍ୟବସ୍ଥା କରିବା ପାଇଁ ଚିନ୍ତା କରୁଛି ବିଭାଗ । ଏ ନେଇ ଅନୁଧ୍ୟାନ କରି ରିପୋର୍ଟ ଦେବାକୁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ସେ କହିଛନ୍ତି ଯେ, ବିଭାଗରେ ଖାଲି ଥିବା ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ପାଖାପାଖି 850 ପଦବୀ ପୂରଣ କରାଯିବ । ଓଡ଼ିଆ ଯୁବକ ମାନେ ନିଯୁକ୍ତି ପାଇବେ ।

ସେ କହିଛନ୍ତି ଯେ, 253ଟି କୋଠା ନିର୍ମାଣ ପାଇଁ ଯୋଜନା ବିଭାଗ ରଖିଛି । କିଛି ସର୍ବସାଧାରଣ କୋଠା, କିଛି ବିଭାଗୀୟ କୋଠା ନିର୍ମାଣ ହେବ । ଏହାସହ ଗୋଦାବରୀଶ ମିଶ୍ର ଯୋଜନା ଏବଂ ଜଙ୍ଗଲ ବିଭାଗ ପାଇଁ ମଧ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ କୋଠା ତିଆରି କରିବ । ସେହିପରି 122ଟି ଆସେଟ୍ ତିଆରି କରାଯିବ । ପ୍ରତି ବ୍ଲକରେ ଖେଳ ପଡିଆ ଏବଂ ମିନି ଷ୍ଟାଡିୟମ୍ ତିଆରି ହେବ ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande