ଜମ୍ମୁ, 18 ଅଗଷ୍ଟ (ହି.ସ.)- ଖରାପ ପାଣିପାଗକୁ
ଦୃଷ୍ଟିରେ ରଖି, ଜମ୍ମୁ-କଶ୍ମୀର
ସରକାର ଜଣାଇଛି ଯେ ଜମ୍ମୁର ସମସ୍ତ ଶିକ୍ଷାନୁଷ୍ଠାନ ସୋମବାରରେ ବନ୍ଦ ରହିବ।
ଅଧିକାରୀମାନେ କହିଛନ୍ତି
ଯେ ଗତ ଚାରି ଦିନ ମଧ୍ୟରେ କିଶ୍ତୱାଡ଼ ଜିଲ୍ଲାର ଚଶୋଟି ଗାଁ ଏବଂ କଠୁଆ ଜିଲ୍ଲାର ଜୋଧ ଘାଟୀ ଓ
ଜଙ୍ଗଲୋଟ୍ ଅଞ୍ଚଳରେ ବାଦଲ ଫାଟିବାଘଟଣାରେ 68 ଜଣଙ୍କ ମୃତ୍ୟୁ ଓ ଅନ୍ୟ 122 ଜଣ ଆହତ ହୋଇଛନ୍ତି। ସ୍କୁଲ୍
ଶିକ୍ଷା ନିର୍ଦ୍ଦେଶକ ଏକ ନିର୍ଦ୍ଦେଶ ଜାରି କରି କହିଛନ୍ତି ଯେ, ଖରାପ ପାଣିପାଗକୁ ଦେଖି ଜମ୍ମୁ ବିଭାଗର ସମସ୍ତ ସରକାରୀ ଏବଂ
ବେସରକାରି ସ୍କୁଲ୍ 18 ଅଗଷ୍ଟ (ସୋମବାର) ରେ ବନ୍ଦ ରହିବ। ଅଞ୍ଚଳର ଦଶଟି ଜିଲ୍ଲାରେ ପ୍ରବଳ
ବର୍ଷା ହେବାର ସତର୍କବାଣୀ ଦିଆଯାଇଛି ।
17 ରୁ 19 ଅଗଷ୍ଟ
ପର୍ଯ୍ୟନ୍ତ ଜମ୍ମୁ-କଶ୍ମୀରରେ ପ୍ରବଳ ବର୍ଷା ସହିତ ଘଡଘଡି ଏବଂ ବଜ୍ରପାତ ହେବାର ସମ୍ଭାବନା
ରହିଛି। ଏଥିରେ ଏହା ମଧ୍ୟ କୁହାଯାଇଛି ଯେ ସମ୍ବେଦନଶୀଳ ଅଞ୍ଚଳରେ ବାଦଲ ଫାଟିବା, ହଠାତ୍ ବନ୍ୟା ଓ ଭୂସ୍ଖଳନ ହେବାର ଆଶଙ୍କା ରହିଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା