ଭୁବନେଶ୍ୱର, 18 ଅଗଷ୍ଟ (ହି.ସ.)- ଭିଜିଲାନ୍ସ
ଜାଲରେ ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ । ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରାଙ୍କ ଘରେ
ରେଡ୍ କରିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ କରିଛି ଭିଜିଲାନ୍ସ
। ଏକକାଳୀନ ୮ଟି ସ୍ଥାନରେ ଭିଜିଲାନ୍ସ ଛାନ୍ଭିନ୍ କରିଛି । ଅନୁଗୁଳ, ଭୁବନେଶ୍ବର, ସୁନ୍ଦରଗଡ଼, ଗଞ୍ଜାମ ଓ ରାଉରକେଲାରେ ରେଡ୍ କରିଛି ଭିଜିଲାନ୍ସ ।
ଏହି ରେଡ୍ରେ 3ଜଣ
ଡିଏସପି, 10 ଇନସପେକ୍ଟର, 4ଜଣ ଏଏସଆଇ ଓ ଅନ୍ୟ ଷ୍ଟାଫ ସାମିଲ ହୋଇଛନ୍ତି । ସୁନ୍ଦରଗଡ
ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତିଙ୍କ ସର୍ଚ୍ଚ ୱାରେଂଟ ବଳରେ 8ଟି ସ୍ଥାନରେ ଭିଜିଲାନ୍ସ ରେଡ୍
କରିଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା