ଭୁବନେଶ୍ୱର, 23 ସେପ୍ଟେମ୍ବର (ହି.ସ.)- ବିଗତ ତିନି
ବର୍ଷରେ ଉଦ୍ଧାର ହୋଇଛନ୍ତି ୧୦୧ ଶିଶୁ ଶ୍ରମିକ । ୨୦୨୨-୨୩ ରେ ୫ଜଣ ଶିଶୁ ଉଦ୍ଧାର ହୋଇଥିବା
ବେଳେ ୨୦୨୩-୨୪ ରେ ୪୫ ଜଣ ଶିଶୁ ଉଦ୍ଧାର ହୋଇଥିବା ବେଳେ, ୨୦୨୪-୨୫ରେ ୫୧ ଜଣ ଶିଶୁ ଶ୍ରମିକ ଉଦ୍ଧାର ହୋଇଛନ୍ତି । ଶିଶୁ ଶ୍ରମିକ
ନିଯୁକ୍ତି ଦାତାଙ୍କ ବିରୁଦ୍ଧରେ ୧୧୬ ଟି ମାମଲା ରୁଜ୍ଜୁ କରାଯାଇଛି । ଶିଶୁ ଶ୍ରମିକ ଗଣନା ୧୯୯୭
ଅନୁଯାୟୀ ରାଜ୍ୟରେ ୨ ଲକ୍ଷ ୧୫ ହଜାର ୨୨୨ ଜଣ ଶିଶୁ ଶ୍ରମିକଙ୍କୁ ଚିହ୍ନଟ କରାଯାଇଥିଲା । ୧୯୯୭
ମସିହା ପର ଠାରୁ ଶିଶୁ ଶ୍ରମିକ ଗଣନା ହୋଇନାହିଁ । ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଶ୍ରମ
ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା