ସାଢ଼େ ୪ ମାସରେ ହାତୀ-ମଣିଷ ଲଢ଼େଇରେ ଯାଇଛି ୪୫ ଜୀବନ
ଭୁବନେଶ୍ୱର, 23 ସେପ୍ଟେମ୍ବର (ହି.ସ.) - ଗତ ସାଢେ 4 ମାସରେ ରାଜ୍ୟରେ ମୃତ୍ୟୁ ବରଣ କରିଛନ୍ତି 9 ହାତୀ । ବିଦ୍ୟୁତ ଆଘାତରେ 7 ଟି, ଟ୍ରେନ ଦୁର୍ଘଟଣାରେ ଗୋଟିଏ ଏବଂ ଶିକାରୀ ଦ୍ୱାରା ଗୋଟିଏ ହାତୀର ଯାଇଛି ଜୀବନ । ଏଥିସହ ସାଢେ 4 ମାସ ଭିତରେ ହାତୀ ଓ ମଣିଷ ଲଢେଇରେ 45 ଜଣ ଲୋକଙ୍କ ଯାଇଛି
ସାଢ଼େ ୪ ମାସରେ     ହାତୀ-ମଣିଷ ଲଢ଼େଇରେ ଯାଇଛି ୪୫ ଜୀବନ


ଭୁବନେଶ୍ୱର, 23 ସେପ୍ଟେମ୍ବର (ହି.ସ.)

- ଗତ ସାଢେ 4 ମାସରେ ରାଜ୍ୟରେ ମୃତ୍ୟୁ ବରଣ କରିଛନ୍ତି 9 ହାତୀ । ବିଦ୍ୟୁତ ଆଘାତରେ 7 ଟି, ଟ୍ରେନ

ଦୁର୍ଘଟଣାରେ ଗୋଟିଏ ଏବଂ ଶିକାରୀ ଦ୍ୱାରା ଗୋଟିଏ ହାତୀର ଯାଇଛି ଜୀବନ । ଏଥିସହ ସାଢେ 4 ମାସ ଭିତରେ ହାତୀ ଓ ମଣିଷ ଲଢେଇରେ 45 ଜଣ ଲୋକଙ୍କ ଯାଇଛି

ଜୀବନ ।

ସେପଟେ 2024 ନଭେମ୍ବର ମାସରେ ଗଣନା ହୋଇଥିବା ହାତୀ ସଂଖ୍ୟା

2103 ଥିବା ବେଳେ ପୋଷା ହାତୀ 21 ଟି ରହିଛି

। ବିଧାୟକ କହେଁଇ ଚରଣ ଡାଙ୍ଗ ଓ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରଶ୍ନରେ ବିଧାନସଭାରେ ଲିଖିତ

ଉତ୍ତର ରଖିଛନ୍ତି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ

ଗଣେଶ ରାମ ସିଂ ଖୁଣ୍ଟିଆ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande