ସରକାରଙ୍କ ଦ୍ୱାରା ପ୍ରସ୍ତୁତ ଏସଓପି ଅନୁସାରେ ରତ୍ନ ଅଳଙ୍କାର ସ୍ଥାନାନ୍ତରଣ- ଆଇନ ମନ୍ତ୍ରୀ
ଭୁବନେଶ୍ୱର, 23 ସେପ୍ଟେମ୍ବର (ହି.ସ.) - ରତ୍ନଭଣ୍ଡାରକୁ ମହାପ୍ରଭୁଙ୍କ ଅଳଙ୍କାର ସ୍ଥାନାନ୍ତରଣ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। କହିଲେ, ରତ୍ନଭଣ୍ଡାର ପାଇଁ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ଏସଓପି ଅନୁସାରେ ରତ୍ନ ଅଳଙ୍କାର ସ୍ଥାନାନ୍
ସରକାରଙ୍କ ଦ୍ୱାରା     ପ୍ରସ୍ତୁତ ଏସଓପି ଅନୁସାରେ ରତ୍ନ ଅଳଙ୍କାର ସ୍ଥାନାନ୍ତରଣ- ଆଇନ ମନ୍ତ୍ରୀ


ଭୁବନେଶ୍ୱର, 23 ସେପ୍ଟେମ୍ବର (ହି.ସ.)

- ରତ୍ନଭଣ୍ଡାରକୁ ମହାପ୍ରଭୁଙ୍କ ଅଳଙ୍କାର ସ୍ଥାନାନ୍ତରଣ

ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। କହିଲେ, ରତ୍ନଭଣ୍ଡାର ପାଇଁ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ଏସଓପି

ଅନୁସାରେ ରତ୍ନ ଅଳଙ୍କାର ସ୍ଥାନାନ୍ତରଣ କରାଯାଉଛି । ସଂପୂର୍ଣ୍ଣ ସୁରକ୍ଷିତ ଭାବେ ଅସ୍ଥାୟୀ

ଭଣ୍ଡାରରୁ ଭିତର ଭଣ୍ଡାରକୁ ରତ୍ନ ସିନ୍ଧୁକ ଗୁଡ଼ିକୁ ସିଫ୍ଟ କରାଯାଉଛି । ଏସଓପି ଅନୁସାରେ

ଯେମିତି କିଛି ଭୁଲ ତ୍ରୁଟି ରହିବ ନାହିଁ ସେଥିପାଇଁ ସବୁ କାର୍ଯ୍ୟର ଭିଡିଓ ରେକର୍ଡିଂ କରାଯାଉଛି

। ଆଗକୁ କାର୍ତ୍ତିକ ମାସ ବ୍ରତ ହେବାକୁ ଯାଉଛି । ତେଣୁ ନିଯୋଗ ମାନଙ୍କ ସହ ମୁଖ୍ୟ ପ୍ରଶାସକ

ଆଲୋଚନା ଆରମ୍ଭ କରିଛନ୍ତି । ରତ୍ନ ଭଣ୍ଡାର କମିଟି ଏବଂ ହାଇ ପାୱାର କମିଟିର ନିଷ୍ପତି ଓ ଅନୁରୋଧ

କ୍ରମେ ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ଗଣତି ମଣତି ଆରମ୍ଭ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande